ଚିନ୍ତାରେ କେନ୍ଦ୍ର ପରିବହନ ଓ ରାଜମାର୍ଗ ସଚିବ ଗିରିଧର ଅରମାନେ

ନୂଆଦିଲ୍ଲୀ: କେନ୍ଦ୍ର ପରିବହନ ଓ ରାଜମାର୍ଗ ସଚିବ ଗିରିଧର ଅରମାନେ। ଦେଶରେ ତୈଳ ଦର ବୃଦ୍ଧି ପାଇଚାଲିଥିବା ପରିପ୍ରେକ୍ଷୀରେ ଇଲେକ୍ଟ୍ରିକ ଗାଡ଼ିଗୁଡ଼ିକର ଚାହିଦା ବଢିବା ମଧ୍ୟରେ ଆସୁଥିବା ଇଲେକ୍ଟ୍ରିକ ଗାଡ଼ିଗୁଡ଼ିକରେ ନିଆଁ ଲାଗିଯାଉଥିବା ଖବରକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି । ସେଗୁଡ଼ିକର ସୁରକ୍ଷା ନେଇ ଚିନ୍ତା ସୃଷ୍ଟି ହୋଇଛି । ନିକଟରେ ଏକାଧିକ ଇଲେକଟ୍ରିକ୍‌ ସ୍କୁଟରରେ ନିଆଁ ଲାଗିବା ଭଳି ବାରମ୍ବାର ଘଟଣାମାନ ସାମ୍ନାକୁ ଆସିବା ପରେ ଗ୍ରାହକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରାକାଶ ପାଇଚି । ଯାହାକୁ ନେଇ କେନ୍ଦ୍ର ପରିବହନ ଓ ରାଜମାର୍ଗ ସଚିବ ଗିରିଧର ଅରମାନେ କହିଛନ୍ତି, ପ୍ରତ୍ୟେକ ଇଲେକଟ୍ରିକ୍‌ ସ୍କୁଟରରେ ଜଳିବା ପଛରେ ତଦନ୍ତ ହେବ। ବ୍ୟାଟେରୀ ଚାଳିତ ଗାଡିଗୁଡିକରେ ଦେଖା ଦେଉଥିବା ସମସ୍ୟା ଏବଂ ଦୁର୍ଘଟଣା ଯୋଗୁଁ ହେଉଥିବା ଧନଜୀବନ କ୍ଷତିକୁ ନେଇ ତଦନ୍ତ ହେବ । ପ୍ରତିଟି ଘଟଣାର ଟିକନିକ୍‌ ଯାଞ୍ଚ କରାଯିବ । ଏହା ସହିତ ଦେଶରେ ଇଭି ଉଦ୍ୟୋଗକୁ ଆଗାମୀ ଦିନରେ ଅଧିକ ସଶକ୍ତ ହେବ ବୋଲି ସେ କହିଛନ୍ତି।

ଗିରିଧର କହିଛନ୍ତି ଯେ, ପ୍ରତ୍ୟେକ ଗାଡ଼ି ନିଆଁ ଲାଗିବାର କାରଣ ସମ୍ପର୍କରେ ତଦନ୍ତ ହେବ। ସମସ୍ତ ଘଟଣାକୁ ଅନୁଧ୍ୟାନ କରିବା ପରେ ବ୍ୟାଟେରି ନିର୍ମିତ କମ୍ପାନୀକୁ ସ୍ପଷ୍ଟୀକରଣ ମଗାଯିବ। ସେ ଆହୁରି ମଧ୍ୟ କହିଛନ୍ତି, ଗାଡି ଉତ୍ପାଦନକାରୀ କମ୍ପାନୀଗୁଡିକ ସୁରକ୍ଷା ପ୍ରୋଟୋକୋଲ୍, ଗୁଣବତ୍ତା ନିୟନ୍ତ୍ରଣ ଏବଂ ଗୁଣବତ୍ତା ନିଶ୍ଚିତ କରିବା ଦିଗରେ ଅଧିକ ଗୁରୁତ୍ୱ ଦିଆଯିବା ଏକ ଏକ୍ସପର୍ଟ ପ୍ୟାନେଲ୍‌ ଯାହାକି ବ୍ୟାଟେରୀ ଚାଳିତ ଗାଡିଗୁଡିକରେ ଘଟୁଥିବା ଦୁର୍ଘଟଣାର ତଦନ୍ତ କରୁଥିଲା । ସେହି ପ୍ୟାନେଲ ବର୍ତ୍ତମାନ ସୁଦ୍ଧା କୌଣସି ରିପୋର୍ଟ ଦେଇନାହିଁ ।

ଇଲେକଟ୍ରିକ୍‌ ସ୍କୁଟରଗୁଡିକର ବ୍ୟାଟେରୀ ଗୁଣବତ୍ତା ଏବଂ ଅନ୍ୟାନ୍ୟ ଦିଗକୁ ନେଇ ମଧ୍ୟ ପରୀକ୍ଷଣ କରାଯିବ।

ନିକଟରେ କେନ୍ଦ୍ର ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀ ମଧ୍ୟ ଏଭଳି ସମସ୍ୟାକୁ ଗୁରୁତର ସହ ନେଇଥିଲେ। ଏଥିପାଇଁ ସେ ସିଧାସଳଖ କମ୍ପାନୀଗୁଡିକୁ ଦାୟୀ କରିବା ସହିତ ଏଭଳି ଅବହେଳା ଯୋଗୁଁ ସମ୍ପୂର୍ଣ୍ଣ ଭାବେ କମ୍ପାନୀ ହିଁ ଦାୟୀ ରହିବ ବୋଲି କହିଥିଲେ । ଏହା ସହିତ ସଂପୃକ୍ତ କମ୍ପାନୀ ଜରିମାନା ଏବଂ ମୃତାହତଙ୍କୁ କ୍ଷତିପୂରଣ ଦେବାକୁ ନେଇ ଯୋଜନା ପ୍ରସ୍ତୁତ କରାଯାଉଥିବା କହିଥିଲେ ।

Related Posts