(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ କେନ୍ଦ୍ରକୁ କଡା ଭର୍ତ୍ସନା କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସେ କହିଛନ୍ତି, ଟ୍ୱିଟରକୁ ନିୟନ୍ତ୍ରଣ କରିବାରେ ବିଫଳ ହେବା ପରେ ଏବେ ଏହାକୁ ପ୍ରଭାବହୀନ କରିବାକୁ ଉଦ୍ୟମ କରୁଛନ୍ତି । କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ମମତା ବାନାର୍ଜୀ କହିଛନ୍ତି ଯେ କେନ୍ଦ୍ର ତାଙ୍କ(ଟିଏମସି) ସରକାରକୁ ମଧ୍ୟ ସମାନ ବ୍ୟବହାର କରୁଛି। କିନ୍ତୁ ସେମାନେ ଆମକୁ ନିୟନ୍ତ୍ରଣ କରିପାରିବେ ନାହିଁ ବୋଲି ଟିଏମସି ସୁପ୍ରିମୋ ମମତା ବାନାର୍ଜୀ କହିଛନ୍ତି। ଟ୍ବିଟର ଏବଂ କେନ୍ଦ୍ର ବିବାଦକୁ ନେଇ ସେ କେନ୍ଦ୍ରକୁ ନିନ୍ଦା କରିଛନ୍ତି। କେନ୍ଦ୍ର ସରକାର ଟ୍ୱିଟରକୁ ନିୟନ୍ତ୍ରଣ କରିପାରିବେ ନାହିଁ ତେଣୁ ବର୍ତ୍ତମାନ ସେମାନେ ଏହାକୁ ପ୍ରଭାବହୀନ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ମମତା କହିଛନ୍ତି। ସୂଚନାଯୋଗ୍ୟ ଯେ ଟ୍ବିଟର କେନ୍ଦ୍ର ସରକାରଙ୍କ ନୂତନ ଆଇଟି ନିୟମ ନମାନିବାରୁ ସୋସିଆଲ ମିଡ଼ିଆ କମ୍ପାନି ଭାରତରୁ ଏହାର ଆଇନଗତ ସୁରକ୍ଷା ହରାଇଛି। ଏପଟେ କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ସ୍ପଷ୍ଟ କରିଛନ୍ତି ଯେ ସରକାର ସମ୍ପୂର୍ଣ୍ଣ ନିରପେକ୍ଷ। ସେ କହିଛନ୍ତି ଯେ ଯଦି ପ୍ରଧାନମନ୍ତ୍ରୀ ଏବଂ ଦେଶର ରାଷ୍ଟ୍ରପତିଙ୍କ ସମେତ ଅଧା ସରକାର ଏବେ ଟ୍ୱିଟରରେ ଅଛନ୍ତି, ତେବେ ଏହା ସ୍ପଷ୍ଟ ଯେ ଆମେ ନିରପେକ୍ଷ। ଆମେ କୌଣସି ପ୍ଲାଟଫର୍ମକୁ ନିଷେଧ କରିବା ସପକ୍ଷରେ ନାହୁଁ, କିନ୍ତୁ ଆପଣଙ୍କୁ ଆଇନ ପାଳନ କରିବାକୁ ପଡିବ ବୋଲି ରବିଶଙ୍କର ପ୍ରସାଦ କହିଛନ୍ତି।
Related Posts
-
Copyright © SatyaPatha2021