ଜାତି ଜନଗଣନା: ବିଜେପି ପାଇଁ ‘ମଣ୍ଡଳ ରାଜନୀତିର ତୃତୀୟ ଅବତାର’ ନା ଚକ୍ରବ୍ୟୁହ ?

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ସଂସଦର ମୌସୁମୀ ଅଧିବେଶନ ହଙ୍ଗାମାରୁ ଆରମ୍ଭ ହୋଇ ହଙ୍ଗାମାରେ ଶେଷ ହୋଇଗଲା। ଜୁଲାଇ ୧୩ ରେ ଆରମ୍ଭ ହୋଇଥିବା ସଂସଦର ମୌସୁମୀ ଅଧିବେଶନ ଧାର୍ଯ୍ୟ ସମୟର ଦୁଇ ଦିନ ପୂର୍ବରୁ ସ୍ଥଗିତ ଘୋଷଣା କରାଯାଇଛି। କିନ୍ତୁ ଚଳିତ ମୌସୁମୀ ଅଧିବେଶନ ଶେଷ ହେବା ପୂର୍ବରୁ ୧୨୭ ତମ ସମ୍ବିଧାନ ସଂଶୋଧନ ବିଲ୍, ୨୦୨୧ ଉଭୟ ରାଜ୍ୟସଭା ଏବଂ ଲୋକସଭାରେ ପାରିତ ହୋଇଛି । ଉଭୟ ସଦନରେ ଏହି ବିଲ୍ ଉପରେ ଚର୍ଚ୍ଚା ହୋଇଥିଲା। ପୁରା ଅଧିବେଶନ ହଙ୍ଗାମାରେ ଶେଷ ହୋଇଥିବା ବେଳେ ଓବିସି ଆରକ୍ଷଣ ବିଲ୍ କୁ ଉଭୟ ଶାସକ ଓ ବିରୋଧୀ ଏକମତ ହୋଇ ପାରିତ କରିଛନ୍ତି। 

ଇଂରାଜୀ ଖବରକାଗଜ ଦି ହିନ୍ଦୁ ଏହି ପ୍ରସଙ୍ଗରେ ଏକ ବିଶ୍ଳେଷଣ ପ୍ରକାଶ କରିଛି। ୧୨୭ ତମ ସମ୍ବିଧାନ ସଂଶୋଧନ ବିଲ୍, ୨୦୨୧ ସଂସଦର ଉଭୟ ଗୃହରେ ସର୍ବସମ୍ମତି କ୍ରମେ ପାରିତ ହେଲା। କୌଣସି ଦଳ ଏହି ବିଲ୍ କୁ ବିରୋଧ କରିନାହାଁନ୍ତି। କିନ୍ତୁ ପୁରା ଅଧିବେଶନ ମଧ୍ୟରେ ରାଜନୈତିକ ଦଳଗୁଡିକ ମଧ୍ୟରେ ଜାତି ଭିତ୍ତିକ ଜନଗଣନା ପାଇଁ ଦାବି ଉପସ୍ଥାପନ ହୋଇଛି। ଏପରିକି ଶାସକ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ (ଏନଡିଏ) ର ସହଯୋଗୀମାନେ ମଧ୍ୟ ଜାତି ଜନଗଣନା ପାଇଁ ଦାବି କରୁଛନ୍ତି। ଦ ହିନ୍ଦୁରେ ପ୍ରକାଶିତ ବିଶ୍ଳେଷଣରେ କୁହାଯାଇଛି ଯେ ଏହି ବିଲ୍ ଦର୍ଶାଉଛି ଯେ ଦେଶରେ ଓବିସି ଜନସଂଖ୍ୟା ଅଧିକ ଏବଂ ଆଗକୁ ସଂରକ୍ଷଣର ୫୦ ପ୍ରତିଶତ ସୀମା ମଧ୍ୟ ଭଙ୍ଗ ହୋଇପାରେ।

ଜାତି ଭିତ୍ତିକ ଜନଗଣନା ଏବଂ ସଂରକ୍ଷଣର ୫୦ ପ୍ରତିଶତ ସୀମା ଭାଙ୍ଗିବାକୁ ନେଇ ହେଉଥିବା ଦାବିକୁ ‘ ଦ ହିନ୍ଦୁ’ ମଣ୍ଡଳ ରାଜନୀତିର ତୃତୀୟ ଅବତାର ବୋଲି ବର୍ଣ୍ଣନା କରିଛି।  କୁହାଯାଉଛି ଯେ ମଣ୍ଡଳ ରାଜନୀତିର ଏହି ତୃତୀୟ ଅବତାର ହେବାକୁ ଯାଉଛି। ୧୯୯୦ ଦଶକରେ ମଣ୍ଡଳ ଆୟୋଗର ଲାଗୁ ହେବା ପରେ ସୃଷ୍ଟି ହୋଇଥିବା ଆଞ୍ଚଳିକ ଦଳଗୁଡିକ ଏହି ଦାବିକୁ ଜୋରଦାର ଭାବେ ଉଠାଉଛନ୍ତି। 

ଦ ହିନ୍ଦୁ ଏହାର ବିଶ୍ଳେଷଣରେ ଲେଖିଛି ଯେ, “ଗତ କିଛି ନିର୍ବାଚନରେ, ବିଶେଷକରି ଉତ୍ତରପ୍ରଦେଶ ଏବଂ ବିହାରରେ, ଏହି ଆଞ୍ଚଳିକ ଦଳଗୁଡ଼ିକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପିର ସଫଳ ନିର୍ବାଚନ ଅଭିଯାନକୁ ଦେଖିଛନ୍ତି। ଏହି ନିର୍ବାଚନ ଗୁଡିକରେ ବିଜେପିର ଏକ ପ୍ରମୁଖ ରଣନୀତି ହେଉଛି ଓବିସିରେ ପ୍ରଭୂତ୍ବ ଥିବା ଜାତିର ଲୋକଙ୍କୁ ଵାଦ୍ ଦେଇ ଯେଉଁ ଜାତି ଗୁଡିକ ପ୍ରାଧାନ୍ୟ ବିସ୍ତାର କରି ପାରିନାହାଁନ୍ତି ସେମାନଙ୍କୁ ଗୁରୁତ୍ବ ଦେବା ଏବଂ ଉଚ୍ଚ ଜାତିର ଓବିସି-ଏସସି ସମେତ ଅଣ-ପ୍ରଭୂତ୍ବ ଜାତିର ଏକ ଶକ୍ତିଶାଳୀ ଗଠବନ୍ଧନ କରି ଭାଜପା ନିର୍ବାଚନରେ କ୍ଷେତ୍ରୀୟ ଦଳ ଗୁଡିକୁ ଚ୍ୟାଲେଞ୍ଜ ଦେଇଛି। ” ଟିକେଟ୍ ବଣ୍ଟନ, ମନ୍ତ୍ରୀ ପଦ ଏବଂ କିଛି ବିଧାନସଭାକୁ ଦେଖିଲେ ବିଜେପି ମଣ୍ଡଳ ରାଜନୀତିର ଏହା ଏକ ନୂତନ ସଂସ୍କରଣ ବୋଲି ଜଣାପଡୁଛି। ତେବେ ଏହି ରଣନୀତି ଭିତରେ ହିନ୍ଦୁତ୍ୱ ରାଜନୀତିକୁ ମଧ୍ୟ ବିଜେପି ସାଥିରେ ରଖିଛି।

୨୦୧୧ ଜନଗଣନାରେ ଜାତି ଭିତ୍ତିକ ସାମାଜିକ-ଅର୍ଥନୈତିକ ସ୍ଥିତିର ବିବରଣୀ ମୋଦୀ ସରକାର ଏ ପର୍ଯ୍ୟନ୍ତ ପ୍ରକାଶ କରି ନାହାଁନ୍ତି। ଏହା ବ୍ୟତୀତ ଓବିସି ମଧ୍ୟରେ ଚାକିରି ତଥା ଶିକ୍ଷାନୁଷ୍ଠାନଗୁଡ଼ିକରେ ଆରକ୍ଷଣ ଉପରେ କମ୍ ପ୍ରାଧାନ୍ୟ ଜାତିର ସ୍ଥିତିକୁ ଦୃଷ୍ଟିରେ ରଖି ଜି ରୋହିଣୀ ଆୟୋଗ ରିପୋର୍ଟ ମଧ୍ୟ ପ୍ରକାଶ କରାଯାଇ ନାହିଁ। ସୂଚନା ଥାଉକି ୨୦୧୭ରେ ଏହି ଆୟୋଗ ଗଠନ ହେବା ଦିନଠାରୁ ୧୧ ଥର ଏହାକୁ ଏକ୍ସେଟେନସନ୍ ଦିଆଯାଇଛି। 

ମୋଦୀ ସରକାର ନିଜ ଉପରେ ହୋଇଥିବା ପ୍ରତ୍ୟେକ ଆକ୍ରମଣକୁ ଓବିସି, ଦଳିତଙ୍କ ସହ କାହିଁକି ଯୋଡିଛନ୍ତି ?

  ଆଞ୍ଚଳିକ ଦଳଗୁଡିକ ମଧ୍ୟରେ ସମାଜବାଦୀ ପାର୍ଟି, ରାଷ୍ଟ୍ରୀୟ ଜନତା ଦଳ ଏବଂ ଜାତୀୟତାବାଦୀ କଂଗ୍ରେସ ପାର୍ଟିର ଦାବି କରିଛନ୍ତି ଯେ ବିଜେପି ସଠିକ୍ ସଂଖ୍ୟକ ଓବିସି ପ୍ରଦାନ କରିବ ଏବଂ ତା’ପରେ ୫୯ ପ୍ରତିଶତ ଆରକ୍ଷଣ ସୀମା ବୃଦ୍ଧି କରିବା ଉଚିତ ।  ଯଦି ବିଜେପି ଏହାକୁ ଗ୍ରହଣ ନକରେ, ତେବେ ଏହା କହିବା ସହଜ ହେବ ଯେ ବିଜେପି ଅନ୍ୟ ପଛୁଆ ଜାତି ସହ ପ୍ରତାରଣା କରୁଥିବାବେଳେ ସେମାନଙ୍କ ଭୋଟ୍ ରେ ସେ କ୍ଷମତାକୁ ଆସିଛି।

 ଏହା ବ୍ୟତୀତ ସାଧାରଣ ଜାତିର ଅର୍ଥନୈତିକ ପଛୁଆ ଲୋକଙ୍କୁ ଦିଆଯାଇଥିବା ୧୦% ସଂରକ୍ଷଣରେ ମଣ୍ଡଳବାଦୀ ଦଳଗୁଡିକ ଉପ-ବର୍ଗୀକରଣକୁ ସୂଚିତ କରୁଛନ୍ତି।  ଆଞ୍ଚଳିକ ଦଳମାନେ ଏକ ସ୍ପଷ୍ଟ ବାର୍ତ୍ତା ପଠାଇବାକୁ ଚେଷ୍ଟା କରିଛନ୍ତି ଯେ ଓବିସି ଉପରେ ବିଜେପି ନେଇଥିବା ପଦକ୍ଷେପଗୁଡ଼ିକ ଉଚ୍ଚ ଜାତିଙ୍କୁ ସେମାନଙ୍କ ସପକ୍ଷରେ ରଖିବା ପାଇଁ ସନ୍ତୁଳିତ କରିଛି  । ବିଜେପିରେ ବହୁ ସଂଖ୍ୟାରେ ଓବିସି ସାଂସଦ ଅଛନ୍ତି, କିନ୍ତୁ ଉଚ୍ଚ ଜାତିର ଭାବନାକୁ ମଧ୍ୟ ଅବହେଳା କରାଯାଇ ନାହିଁ, ବିଶେଷ କରି ଉତ୍ତରପ୍ରଦେଶରେ ଯେଉଁଠାରେ ସେମାନଙ୍କର ଭୋଟ୍ ସେୟାର ପ୍ରାୟ ୧୮ ରୁ ୨୦ ପ୍ରତିଶତ ରହିଛି।

 ବିଜେପି ପାଇଁ କଷ୍ଟକର ପରିସ୍ଥିତି 

ଦ ହିନ୍ଦୁ ଲେଖିଛି ଯେ ଏହା ବିଜେପି ପାଇଁ ଏକ ଜଟିଳ ପରିସ୍ଥିତି। ପାର୍ଟି ସାଂସଦମାନେ କହିଛନ୍ତି ଯେ ଚାକିରିରେ ସଂରକ୍ଷଣ ସମ୍ବନ୍ଧୀୟ ଉପ-ବର୍ଗୀକରଣରେ ଉନ୍ନତି ହୋଇପାରିବ। ଜଣେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବର୍ତ୍ତମାନ ସାସଂଦ କହିଛନ୍ତି ଯେ ଏହା ଏକ ଅପରିହାର୍ଯ୍ୟ ପରିସ୍ଥିତି।  ଏହା ଭଲ ହେବ ଯେ ବିଜେପି ଏ ବାବଦରେ କିଛି ପଦକ୍ଷେପ ନେବା ଆବଶ୍ୟକ। ୨୦୨୧ ଜନଗଣନା ଜାତି ଭିତ୍ତିକ ହୋଇପାରେ ବୋଲି ଅନୁମାନ କରାଯାଉଛି। ଏହି ଜଟିଳ ଦାବିକୁ ମୁକାବିଲା କରିବାକୁ ବିଜେପି କିଛି ସମୟ ଅପେକ୍ଷା କରି ପାରେ ଯାହା ଦ୍ବାରା ସୋସିଆଲ ଇଞ୍ଜିନିୟରିଂ ତାଙ୍କ ପକ୍ଷରେ ହୋଇପାରିବ।

Related Posts