ଆଇପିଏସ ଅଧିକାରୀଙ୍କ ବିରୋଧରେ ମାଦ୍ରାସ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ କ୍ୟାପଟେନ କୁଲ୍ ମହେନ୍ଦ୍ର ସିଂ ଧୋନି

ଭୁବନେଶ୍ୱର ( ସତ୍ୟାପଠ ବ୍ୟୁରୋ ): ଆଇପିଏସ ଅଧିକାରୀଙ୍କ ବିରୋଧରେ କୋର୍ଟଙ୍କ ଦ୍ବାରସ୍ଥ ହେଲେ କ୍ୟାପଟେନ କୁଲ୍ ମହେନ୍ଦ୍ର ସିଂ ଧୋନି । ଅଦାଲତଙ୍କ ନିର୍ଦ୍ଦେଶ ଅବମାନନାକୁ ନେଇ ଉଚ୍ଚ ନ୍ୟାୟାଳୟ ଯାଇଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ଚେନ୍ନାଇ ସୁପର କିଂସ୍ ର ଅଧିନାୟକ ମହେନ୍ଦ୍ର ସିଂ ଧୋନି। ଆଇପିଏସ ସମ୍ପଦ କୁମାରଙ୍କ ବିରୋଧରେ ମାନହାନି ମାମଲା ଦାୟର କରି ମାଦ୍ରାସ୍ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ।

ସୂଚନା ଅନୁଯାୟୀ, ଏହି ମାମଲା ୨୦୧୩ ଆଇପିଏଲ ହୋଇଥିବା ସ୍ପଟ୍ ଫିକ୍ସିଂ ଓ ସଟ୍ଟାବାଜିକୁ ନେଇ ଜଡ଼ିତ । ଏହି ମାମଲାର ଯାଞ୍ଚ ଆଇପିଏସ ସମ୍ପଦ କୁମାର କରୁଥିଲେ । ଯାଞ୍ଚ ସମୟରେ ସେ ଧୋନୀଙ୍କ ବିରୋଧରେ ଟିପ୍ପଣୀ ଦେଇଥିଲେ । ୨୦୧୩ ଆଇପିଏଲରେ ହୋଇଥିବା ସ୍ପଟ୍ ଫିକ୍ସିଂ ଓ ସଟ୍ଟାବାଜିରେ ମହେନ୍ଦ୍ର ସିଂ ଧୋନି ସାମିଲ ଥିବା କହିଥିଲେ । ଏହାକୁ ନେଇ ଧୋନି ମାଡ୍ରାସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମାନହାନି ମାମଲା ଦାୟର କରିବା ସହିତ ଅଜଥା ବୟାନବାଜି ଠାରୁ ସମ୍ପଦ କୁମାର, ଦୂରେଇ ରହିବା ପାଇଁ କୋର୍ଟଙ୍କୁ ଅନୁରୋଧ କରିଥିଲେ । ଏହା ସହିତ ଗୋଟିଏ ଘରୋଇ ଟିଭି ଚ୍ୟାନେଲ ବିରୋଧରେ ମଧ୍ୟ ମାନହାନି ମାମଲା ଦାୟର କରିଥିଲେ ।

ସେପଟେ କୋର୍ଟ ମଧ୍ୟ ଧୋନିଙ୍କ ସମ୍ମାନ ହାନି ହେଲାଭଳି କୌଣସି ବୟାନବାଜି ନକରିବାକୁ ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ୨୦୨୧ରେ ଆଇପିଏସ ସମ୍ପଦ କୁମାର ମାନହାନି ମାମଲା ରଦ୍ଦ କରିବାକୁ ନ୍ୟାୟାଳୟଙ୍କୁ ଅନୁରୋଧ କରିଥିଲେ । ଏହା ସହିତ ଧୋନିଙ୍କ ବିରୋଧରେ ପୁଣି ଥରେ ଟିପ୍ପଣୀ ଦେଇଥିଲେ। ଏହାକୁ ଆଧାର କରି କ୍ୟାପ୍ଟେନ୍ କୁଲ୍ ନିଜର ନିରବତା ଭାଙ୍ଗି ମାଦ୍ରାସ ହାଇକୋର୍ଟ ଯାଇଛନ୍ତି। ଆଇପିଏସ ସମ୍ପଦ କୁମାର ଅଦାଲତର ଅବମାନନା କରିଥିବା ଦାୟର ମାମଲାରେ ଉଲ୍ଲେଖ ରହିଛି।

ସେପଟେ ଧୋନିଙ୍କ ଦ୍ୱାରା ଆବେଦନ ହୋଇଥିବା ଏହି ମାମଲାର ଶୁଣାଣି ଶୁକ୍ରବାର ହେବାର ଥିଲା । ହେଲେ ସମୟ କମ୍ ଥିବାରୁ ମାମଲାର ଶୁଣାଣି ଆସନ୍ତା ମଙ୍ଗଳବାର ହେବା ବୋଲି ଜଣା ପଡିଛି।

Related Posts