କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ଘଟଣା; ଗିରଫ ହେଲେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କ ଭାଇ ପରମେଶ୍ୱର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ଘଟଣାରେ ପୁଲିସକୁ ଏକ ବଡ଼ ସଫଳତା ମିଳିଛି । ତେବେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କ ଭାଇ ପରମେଶ୍ବରକୁ ପୁଲିସ ଗିରଫ କରିଛି । ତାଙ୍କ ଭାଇ ପରମଶ୍ୱେରକୁ ବିଜୟୱାଡାରୁ ଗିରଫ କରିଛି ସ୍ୱତନ୍ତ୍ର ଟିମ । ସେପଟେ ଶର୍ମିଷ୍ଠାଙ୍କୁ ଫେରାର କରାଇବାରେ ତାଙ୍କ ଭାଇର ହାତ ଥିବା ପୋଲିସ ସୂଚନା ଦେଇଛି ।ଗତକାଲି ମାନସ ସ୍ୱାଇଁ ହତ୍ୟା ମାମଲାର ଆଉ ଜଣେ ଗିରଫ ହୋଇଥିଲା । ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଆଉ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା ଚାନ୍ଦବାଲି ପୋଲିସ । କଟକରୁ ରଞ୍ଜନ ନାୟକ ନାମକ ବ୍ୟକ୍ତିଙ୍କୁ ଗିରଫ କରିଥିଲା ପୋଲିସ ।

ଏହାସହିତ ଏହି ମାମଲାରେ ଆଉ ଜଣେ ଯୁବକ ଓ ଦୁଇ ମହିଳା ଅଟକ ଥିବା ସୂଚନା ମିଳିଥିଲା । ଅନ୍ୟପଟେ ମାନସ ହତ୍ୟା ଘଟଣାରେ ପୋଲିସ ଏବେ ଯାଏଁ ମୁଖ୍ୟ ଅଭିଯୁକ୍ତର ଟେର୍ ପାଇନି । ଏହି ଜଘନ୍ୟ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ କୁହାଯାଉଥିବା ଶର୍ମିଷ୍ଠା ରାଉତଙ୍କ ମଧ୍ୟ କିଛି ପତ୍ତା ପାଉନି ପୋଲିସ । କେବଳ ଶର୍ମିଷ୍ଠା ନୁହେଁ, ତାଙ୍କ ସହିତ ଆଉ ଜଣେ ମହିଳା ମଧ୍ୟ ଘଟଣା ପରଠାରୁ ଫେରାର ଅଛନ୍ତି ।

Related Posts