କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା; ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କ ସହ ପୁଲିସ ଅଫିସରଙ୍କ ଫଟୋ ଭାଇରାଲ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାର ଚର୍ଚ୍ଚା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହା ମଧ୍ୟରେ ବର୍ତ୍ତମାନ ତଦନ୍ତକୁ ନେଇ ପୁଲିସ ଉପରକୁ ଆଙ୍ଗୁଳି ଉଠିଥିବାର ଦେଖିବାକୁ ମିଳିଛି । ତେବେ ତଦନ୍ତକାରୀ ଅଧିକାରୀଙ୍କ ସହ ଅଭିଯୁକ୍ତଙ୍କ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଫଟୋରେ ଭଦ୍ରକ ଅତିରିକ୍ତ ଏସପି ଯତିନ ପଣ୍ଡାଙ୍କ ସହ ଶର୍ମିଷ୍ଠା ଥିବାର ଦେଖିବାକୁ ମିଳିଛି । ପୂର୍ବରୁ ଉଭୟେ ବିଭିନ୍ନ କାର୍ଯ୍ୟକ୍ରମରେ ଏକାଠି ଯୋଗ ଦେଇଥିଲେ । ସେପଟେ ମାନସ ସ୍ୱାଇଁ ହତ୍ୟା ଘଟଣାରେ ଶର୍ମିଷ୍ଠାଙ୍କ ସହ ଭଦ୍ରକ ଅତିରିକ୍ତ ଏସପି ଯତୀନ ପଣ୍ଡାଙ୍କ ଫଟୋ ଏବେ ଭାଇରାଲ ହେଉଛି । ଏହି ଫଟୋଟି ଭଦ୍ରକ ଜିଲ୍ଲା ସ୍ୱତନ୍ତ୍ର ଉପକାରାଗାରର ବୋଲି କୁହାଯାଉଛି ।

୨୦୨୧ ମସିହାର ଏହି ଫଟୋ ବୋଲି କୁହାଯାଉଛି । ଫଟୋକୁ ଶର୍ମିଷ୍ଠା ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । କିରଣ ସପୋର୍ଟ ସେଣ୍ଟର ନାମକ ଏକ ପ୍ରୋଜେକ୍ଟର ଏହି କାର୍ଯ୍ୟକ୍ରମକୁ ଓଡିଶା ସରକାରଙ୍କ ଡାଇରେକ୍ଟରେଟ ଅଫ ପ୍ରିଜିନ୍ସ ସପୋର୍ଟ କରିଥିବା ପୋଷ୍ଟରରେ ମଧ୍ୟ ଲେଖା ରହିଛି । ଏନେଇ ଭଦ୍ରକ ଏସପି ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି । ତେବେ ଘଟଣାର ତଦନ୍ତ ଚାଲିଛି । ମୋ ନଜରରେ ଏବେ ଯାଏଁ ଏମିତି କିଛି ଘଟଣା ଆସିନାହିଁ । ଯଦି ଆସିବ, ତାହାଲେ ଆଗକୁ ଏହାର ତଦନ୍ତ ହେବ । ତଦନ୍ତ ପରେ ପୁରା ଘଟଣା ଉପରୁ ପରଦା ହଟିବ ବୋଲି ଭଦ୍ରକ ଏସପି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ବର୍ତ୍ତମାନ ସାରା ରାଜ୍ୟରେ ଏହା ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି ।

Related Posts