ସିଏଜି ରିପୋର୍ଟ : ରାଜ୍ୟରେ ବିଶ୍ୱବିଦ୍ୟାଳୟ ସ୍ତରରେ ନିଯୁକ୍ତି ନୈରାଶ୍ୟଜନକ ; କାମ କରୁନି ପ୍ଲେସମେଂଟ ସେଲ୍ କ୍ୟାରିଅର କାଉନସେଲିଂ ପାଇଁ ଉତ୍କଳ ୟୁନିଭରସିଟି ପାଇଛି ୧୭ଲକ୍ଷ ଖର୍ଚ୍ଚ କରିଛି ମାତ୍ର ୨୯ହଜାର

(ସତ୍ୟପାଠ  ବ୍ୟୁରୋ) ଭୁବନେଶ୍ୱର : ବିଧାନସଭାରେ ଆଗତ ହୋଇଥିବା ‘ଉଚ୍ଚଶିକ୍ଷାର ଫଳାଫଳ’କୁ ନେଇ ସିଏଜିଙ୍କ ରିପୋର୍ଟ କହୁଛି ରାଜ୍ୟରେ ବିଶ୍ୱବିଦ୍ୟାଳୟ ସ୍ତରରେ ଡିଗ୍ରୀଧାରୀଙ୍କ ନିଯୁକ୍ତି ନୈରାଶ୍ୟଜନକ । ସିଏଜିଙ୍କ ରିପୋର୍ଟ ଅନୁଯାୟୀ, ୨୦୧୪-୨୦୧୯ ଶିକ୍ଷାବର୍ଷ ମଧ୍ୟରେ ଉତ୍କଳ ୟୁନିଭରସିଟିର ୨୬.୧୦ ପ୍ରତିଶତ ଏବଂ ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟର ୩.୭୯ ପ୍ରତିଶତ ଛାତ୍ରଛାତ୍ରୀ ପ୍ଲେସମେଂଟ ସେଲ୍ ଓ ନିଯୁକ୍ତି ମେଳା ମାଧ୍ୟମରେ ଚାକିରୀ ପାଇପାରିଛନ୍ତି । 

ରାଜ୍ୟର ଉଚ୍ଚଶିକ୍ଷାର ଫଳାଫଳ ଜାଣିବା ପାଇଁ ସିଏଜିଙ୍କ ପକ୍ଷରୁ ଏହି ଦୁଇଟି ବିଶ୍ୱବିଦ୍ୟାଳୟକୁ ଟେଷ୍ଟ୍ କେସ୍ ଭାବେ ନିଆଯାଇଥିଲା । ତେବେ ଏଥିରେ ଜଣାପଡିଛି ଯେ, ଉତ୍କଳ ଓ ଉତ୍ତର ଓଡିଶା ୟୁନିଭରସିଟି ସହ ଆଉ ୪ଟି କଲେଜ ରାଜ୍ୟ ସରକାରଙ୍କ ଠାରୁ କ୍ୟାରିୟର କାଉନସେଲିଂ ପାଇଁ ୪୧. ୫୦ ଲକ୍ଷ ଟଙ୍କା ପାଇଥିବା ବେଳେ ଉତ୍କଳ ୟୁନିଭରସିଟି ୧୭ ଲକ୍ଷ ଟଙ୍କା ପାଇଛି।  ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଉତ୍କଳ ୟୁନିଭରସିଟି କ୍ୟାରିୟର କାଉନସେଲିଂ ପାଇଁ ପାଇଥିବା ୧୭ ଲକ୍ଷ ଟଙ୍କା ମଧ୍ୟରୁ ମାତ୍ର ଖର୍ଚ୍ଚ ମାତ୍ର ୨୯ ହଜାର ଟଙ୍କା କରିଛି। ଏହି ଟଙ୍କା ୨୦୧୭ ମାର୍ଚ୍ଚ ମାସରେ  କାଉନସେଲିଂ ସେଲ ଉଦଘାଟନ ପାଇଁ ଖର୍ଚ୍ଚ ହୋଇଛି । ଏବଂ ଏହାପରଠାରୁ କାଉନସେଲିଂ ସେଲ୍ କାର୍ଯ୍ୟର୍କ୍ଷମ ହିଁ ହୋଇନାହିଁ । ସେହିପରି ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ ୧୨. ୫୦ ଲକ୍ଷ ଟଙ୍କା ପାଇଥିବାବେଳେ ମାତ୍ର ୨ ଲକ୍ଷ ୧୩ ହଜାର ଟଙ୍କା ଖର୍ଚ୍ଚ କରିଛି।

ସେହିପରି ସିଏଜିଙ୍କ ଅଡିଟ୍ ରିପୋର୍ଟ କହୁଛି ଯେ , ରାଜ୍ୟରେ ପ୍ରଫେସନାଲ ଅଧ୍ୟାପକଙ୍କ ଅଭାବ ରହିଛି। ଉତ୍କଳ ୟୁନିଭରସିଟି ଓ ଉତ୍ତର ଓଡ଼ିଶା ଭଳି ବିଶ୍ୱବିଦ୍ୟାଳୟରେ ୩୮% ପର୍ଯ୍ୟନ୍ତ ଅଧ୍ୟାପକ ପଦବୀ ଖାଲି ପଡ଼ିଥିବା ବେଳେ ମାତ୍ର ୮ଟି କଲେଜକୁ ‘ଏ’ ଗ୍ରେଡ୍ ନାକ୍ ମାନ୍ୟତା ମିଳିପାରିଥିବା ଦର୍ଶାଇଛନ୍ତି।  

Related Posts