ନିଶା ପାଇଁ ମାକୁ ଶାବଳରେ ପିଟି ପିଟି ହତ୍ୟା କଲା ନୃଶଂସ ପୁଅ: କେନ୍ଦୁଝର ଜିଲ୍ଲାରୁ ଆସିଛି ଏହି ଅଭାବନୀୟ ଘଟଣା

ତେଲକୋଇ : କେନ୍ଦୁଝର ଜିଲ୍ଲା ତେଲକାଇ ଥାନା ବନବିହାରିପୁର ଗାଁ ମୁଣ୍ଡାସାହିରେ ଘଟିଛି ଏକ ଅଭାବନୀୟ ଘଟଣା | ମଦ ନିଶା ହେଲା କାଳ । ପୁଅ ଭୁଲିଗଲା ଜନ୍ମ କଲା ମାକୁ | ଶେଷରେ ନିଶାରେ ମା କୁ ଶାବଳରେ ପିଟି ପିଟି ହତ୍ୟା କରିଛି ନୃଶଂସ ପୁଅ । ଏନେଇ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ପୁଅ ଡୁବୁରୁ ମୁଣ୍ଡା ମଦପିଇ ଘରକୁ ଫେରିଥିଲେ । ମାଙ୍କ ସହିତ କୌଣସି କାରଣକୁ ନେଇ ବଚସା ହୋଇଥିଲା । କିଛି ସମୟ ଧରି ମାଆ ଓ ପୁଅଙ୍କ ମଧ୍ୟରେ ପାଟିତୁଣ୍ଡ ଚାଲିଥିଲା । ମଦ ନିଶାରେ ଥିବା ଡୁବୁରୁ ଉତ୍ୟକ୍ତ ହୋଇ ପ୍ରଥମେ ମା ମୁଣ୍ଡକୁ ତଳେ ପିଟି ଦେଇଥିଲେ । ପରେ ଏକ ଶାବଳରେ ମୁଣ୍ଡକୁ ପିଟି ପିଟି ହତ୍ୟା କରିଥିଲେ । ଶେଷରେ ମାର ଶବକୁ ଘୋସାଡି ନେଇ ତୁଳସୀ ମୁଣ୍ଡାଙ୍କ ଝିଅ ଘରେ ପକାଇ ଦେଇଥିଲେ।

ସେପଟେ ବୁଧବାର ସକାଳୁ ଡୁବୁରୁଙ୍କ ବଡଝିଅ ଶ୍ରାବଣୀ ତୁଳସୀଙ୍କ ମୃତଦେହକୁ ଦେଖି ସାହି ଲୋକଙ୍କୁ କହିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Related Posts