(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଛତିଶଗଡରେ କଂଗ୍ରେସ ବିଧାୟକ ତଥା ବରିଷ୍ଠ ଆଦିବାସୀ ନେତା ବୃହସ୍ପତି ସିଂହଙ୍କ ବଡ ଆରୋପ । ତେବେ ତାଙ୍କ ଦଳର ସହକର୍ମୀ ତଥା ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଟି.ଏସ ସିଂହ ଦେଓ ତାଙ୍କୁ ହତ୍ୟା କରିପାରନ୍ତି ବୋଲି ଅଭିଯୋଗ ଆଣିଛନ୍ତି । ଏହା ସହ ସିଂହଙ୍କ କନଭେନ ଉପରେ ହୋଇଥିବା ଆକ୍ରମଣ ସମ୍ପର୍କରେ ସେମାନେ ଦାଖଲ କରିଥିବା ପ୍ରଥମ ସୂଚନା ରିପୋର୍ଟରେ ମନ୍ତ୍ରୀଙ୍କ ସମ୍ପର୍କୀୟ ସଚିନ ସିଂ ଦେଓଙ୍କ ନାମ ରଖିଥିଲେ। ବୃହସ୍ପତି ସିଂହଙ୍କ ଅଭିଯୋଗ ଅନୁସାରେ ମ୍ବିକାପୁରରେ ଏକ କାର୍ଯ୍ୟକ୍ରମକୁ ଯିବା ସମୟରେ ତାଙ୍କ ପଟୁଆରା ଉପରେ ଟି.ଏସ୍. ସିଂହ ଦେବଙ୍କ ସମ୍ପର୍କୀୟ ଆକ୍ରମଣ କରିଥିଲେ ।
ଏହା ପରେ ପୋଲିସ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ନିବାରଣ ଆଇନ ତଥା ଭାରତୀୟ ଦଣ୍ଡବିଧି ସଂହିତା ବିଭାଗ ଅଧୀନରେ ଏକ ମାମଲା ଦାୟର କରିଥିଲା। ଏବଂ ଜଣଙ୍କୁ ଗିରଫ କରାଯାଇଥିଲା । ଅନ୍ୟପଟେ ତାଙ୍କ ପଟୁଆରା ଉପରେ ଏଥିପାଇଁ ଆକ୍ରମଣ କରାଯାଇଥିଲା କାରଣ ଟି.ଏସ୍. ସିଂହ ଦେବ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛନ୍ତି । ହେଲେ ହାଇକମାଣ୍ଡ ଆଗାମୀ ମୁଖ୍ୟମନ୍ତ୍ରୀଙ୍କୁ ନେଇ ନିଷ୍ପତ୍ତି ନେବେ ବୋଲି ସେ କିଛି ସମୟ ଆଗରୁ କହିଥିଲେ । ଏଥିପାଇଁ ସ୍ବାସ୍ଥ୍ୟମନ୍ତ୍ରୀ ମୋତେ ହତ୍ୟା କରିବାକୁ ଷଡଯନ୍ତ୍ର କରୁଛନ୍ତି ବୋଲି ବିଧାୟକ ଆରୋପ ଲଗାଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଅମ୍ବିକାପୁର ଯିବା ସମୟରେ ଟି.ଏସ୍. ସିଂହ ଦେବଙ୍କ ଜଣେ ସମ୍ପର୍କୀୟ ଆମ ଗାଡିକୁ ପିଛା କରିଥିଲେ । ଡ୍ରାଇଭରଙ୍କଠାରୁ ଛାବି ବି ଛଡେଇ ନେଇଥିଲେ । ଗାଡିକୁ ଭଙ୍ଗାରୁଜା କରିଥିଲେ ।
ସେ ମୋ ବିଷୟରେ ପଚରାଉଚରା କରୁଥିଲେ । ମାତ୍ର ସେତେବେଳକୁ ମୁଁ ଗାଡିରୁ ଓହ୍ଲାଇ ସାରିଥିଲି । ଏହାର ଜବାବ ରଖି ସିଂହ ଦେବ କହିଛନ୍ତି ଯେ ଏପରି ଆଚରଣ କାହାଠାରୁ ଗ୍ରହଣୀୟ ନୁହେଁ ଏବଂ ଆଇନ ନିଶ୍ଚିତ ଭାବରେ ଏହାର ମାର୍ଗ ଗ୍ରହଣ କରିବ। ମୁଁ ପୂର୍ବରୁ ଏସପି ଥପୋଲିସ ଅଧୀକ୍ଷକଧକୁ କହିଛି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ। ଅପରିପକ୍ଷରେ ପଞ୍ଜାବ ଏବଂ ରାଜସ୍ଥାନରେ ଅନ୍ତଃକନ୍ଦଳର ସମାଧାନ କରିବାକୁ ଲାଗିଥିବା କଂଗ୍ରେସ ଦଳ ପାଇଁ ଏବେ ଛତିଶଗଡରେ ବି ସମାନ ପରିସ୍ଥିତି ସୃଷ୍ଟି ହୋଇଛି ।