ଇସ୍ତଫା ଦେଲେ ବ୍ରିଟେନ୍ ସାଂସଦ ନେଇଲ୍ ପ୍ୟାରିସ୍: ସଂସଦରେ ଦେଖୁଥିଲେ ପର୍ଣ୍ଣ

ନୂଆଦିଲ୍ଲୀ: ବ୍ରିଟେନ୍ ସଂସଦରେ ପର୍ଣ୍ଣ ଭିଡିଓ ଦେଖିବାକୁ ସାଂସଦ ନେଇଲ୍ ପ୍ୟାରିସ୍ ଇସ୍ତଫା ଦେଇଛନ୍ତି । ପୂର୍ବରୁ ଘଟଣାକୁ ନେଇ ବିବାଦ ହେଲା ପରେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ କାମ କରୁଥିବା କୌଣସି ସ୍ଥାନରେ ପର୍ଣ୍ଣ ଭିଡିଓ ଦେଖିବା ଅସ୍ବୀକାର୍ଯ୍ୟ ବୋଲି କହିଥିଲେ । ଏହାସହ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ ।

ସୂଚନାନୁସାରେ, ବ୍ରିଟେନ୍ ସଂସଦରେ ନେଇଲ୍ ପର୍ଣ୍ଣ ଦେଖୁଥିବା ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିପାଇଁ ତାଙ୍କୁ ତୀବ୍ର ସମାଲୋଚନା କରାଯାଇଥିଲା । ପ୍ରଧାନମନ୍ତ୍ରୀ ମଧ୍ୟ ତାଙ୍କ ଉପରେ ବର୍ଷିଥିଲେ । ସେ କହିଥିଲେ ଯେ, ବୁଧବାର ଦିନ ଏହି ମାମଲାରେ କେସ୍ ଦାୟର କରାଯାଇଛି ।

ତେବେ ସଂସଦରେ ପର୍ଣ୍ଣ ଦେଖିଥିବା ବେଳେ ଧରାପଡିଥିଲେ ସାସଂଦ ନେଇଲ୍ ପ୍ରକୃତରେ ବୋରିସ୍ ଜନସନଙ୍କ କଜରଭେଟିଭ୍ ପାର୍ଟିର ସାଂସଦ ଥିଲେ । ସେତେବେଳେ ବୋରିସ୍ ଜନସନ୍‌ ଏହି ମାମଲାରେ ଯାଞ୍ଚ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ ।

ଉଲ୍ଲେଖଯୋଗ୍ୟ ଯେ, ବ୍ରିଟେନ୍ ପ୍ରଧାନମନ୍ତ୍ରୀ ମଧ୍ୟ ତଦନ୍ତର ସମ୍ମୁଖୀନ ହେଉଛନ୍ତି । ଲକ୍‌ଡାଉନ୍ ସମୟରେ ପାର୍ଟି କରିଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ହୋଇଛି ।ବୋରିସ୍ ଜନସନ୍ କହିଥିଲେ ଯେ, ସେ ଉଦ୍ଦେଶ୍ୟମୂଳକ ଭାବେ ପାର୍ଟିରେ ଯୋଗ ଦେଇନଥିଲେ । ବ୍ରିଟେନ୍ ସଂସଦ ବର୍ତ୍ତମାନ ବୋରିସ୍ ଜନସନ୍‌ଙ୍କ ଏହି ଦଲିଲ ଉପରେ ଯାଞ୍ଚ କରୁଛି ଯେ ସେ ସତ କହୁଛନ୍ତି ନା ନାହିଁ । ଲକଡାଉନ୍ ନିୟମ ଭାଙ୍ଗିବା ପାଇଁ ବୋରିସ୍ ଜନସନଙ୍କ ଉପରେ ମଧ୍ୟ ଜରିମାନା ଲଗାଯାଇଛି ।

Related Posts