ବ୍ରଜରାଜନଗର ଉପନିର୍ବାଚନ: ୧୩ ରାଉଣ୍ଡ ଭୋଟ ଗଣତି ସୁଦ୍ଧା ବିଜେଡିର ଅଳକା ମହାନ୍ତି ଆଗରେ

ବ୍ରଜରାଜନଗର : ବ୍ରଜରାଜନଗର ଉପନିର୍ବାଚନ ଭୋଟ ଗଣତି ଆରମ୍ଭ ହୋଇଛି। ବର୍ତ୍ତମାନ ସୁଦ୍ଧା ୧୩ ରାଉଣ୍ଡ ଭୋଟ ଗଣତି ଶେଷ ହୋଇଛି । ୧୩ ରାଉଣ୍ଡରେ ବିଜେଡି ୪, ୯୯୭ ଭୋଟ ପାଇଥିବା ବେଳେ କଂଗ୍ରେସ ୧୯୫୭ ଭୋଟ ପାଇଛି ଓ ବିଜେପି ୮୯୬ ଭୋଟ ପାଇଛି । ଏହାସହ କଂଗ୍ରେସ ଏବେ ବିଜେପିକୁ ଟପି ଦ୍ୱିତୀୟ ସ୍ଥାନକୁ ଉଠିଛି ।

ତେବେ ଭୋଟ୍ ଗଣତି ପାଇଁ ୧୪ଟି ଟେବୁଲର ବ୍ୟବସ୍ଥା କରାଯାଇଛି । ୨୭୯ଟି ବୁଥ୍ ଥିବାରୁ ୨୦ ରାଉଣ୍ଡରେ ଗଣତି ଶେଷ ହେବ ବୋଲି ଜଣାପଡ଼ିଛି । ପ୍ରତି ଟେବୁଲରେ ୩ଜଣ କର୍ମଚାରୀଙ୍କୁ ଗଣିବା ପାଇଁ ନିୟୋଜିତ କରାଯାଇଛି । କାଉଂଟି ଏଜେଂଟମାନଙ୍କ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ପ୍ରତି ରାଉଣ୍ଡ ପରେ ଜନସାଧାରଣଙ୍କ ଅବଗତି ନିମନ୍ତେ ମାଇକ ଯୋଗେ ଏହାକୁ ଘୋଷଣା କରାଯିବ । ଭୋଟ୍ ଗଣତି କେନ୍ଦ୍ରରେ ମିଡିଆ ସେଂଟର ମଧ୍ୟ କରାଯାଇଛି । ଭୋଟଗଣତି ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବିଜେଡି ଦ୍ୱିତୀୟ ଥର ପାଇଁ ବିଜୟହାସଲ ପାଇଁ ଲକ୍ଷ୍ୟ ରଖିଥିବାବେଳେ କଂଗ୍ରେସ, ବିଜେପି ମଧ୍ୟ ଦେଉଛନ୍ତି କଡା ଟକ୍କର ।

ଭୋଟ ଗଣତି ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଗଣତି କେନ୍ଦ୍ରରେ କେନ୍ଦ୍ରୀୟ ଅର୍ଦ୍ଧ ସୁରକ୍ଷା ବଳ, ସଶସ୍ତ୍ର ପୋଲିସ ବାହିନୀ ସହ ଓଡ଼ିଶା ପୋଲିସର ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସୁରକ୍ଷା ବ୍ୟବସ୍ଥା ପାଇଁ ଗୋଟିଏ ପ୍ଲାଟୁନ ସିଆରପିଏଫ ବ୍ୟତୀତ ଓଡିଶା ପୋଲିସର ପାଞ୍ଚ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି । ୨ ଜଣ ଅତିରିକ୍ତ ଏସପି, ୪ ଜଣ ଡିଏସପି ଏବଂ ୫ ଜଣ ଇନସପେକ୍ଟର ସୁରକ୍ଷା ଦାୟିତ୍ବରେ ରହିଛନ୍ତି ।

Related Posts