ବଲିଉଡର ହ୍ୟାଣ୍ଡସମ୍‌ ହଙ୍କ କାର୍ତ୍ତିକ ଆର୍ଯ୍ୟନଙ୍କ ପାଇଁ ଆସିଲା ବିବାହ ପ୍ରସ୍ତାବ: ମୋତେ ବିବାହ କଲେ ଦେବି ୨୦ କୋଟି, ଜାଣନ୍ତୁ କଣ କହିଲେ କାର୍ତ୍ତିକ

ବଲିଉଡର ହ୍ୟାଣ୍ଡସମ୍‌ ହଙ୍କ କାର୍ତ୍ତିକ ଆର୍ଯ୍ୟନ ନିଜ ଫିଲ୍ମ ପାଇଁ ସେ ଯେତେ ଚର୍ଚାକୁ ଆସନ୍ତି ତା ଠୁ ଅଧିକ ନିଜ ଲୁକ ପାଇଁ | ଫ୍ୟାନ୍‌ମାନେ ତାଙ୍କ ହସମୁଖ ମିଜାଜର ଲୁକ ନେଇ ପାଗଳ ଥାନ୍ତି | କାର୍ତ୍ତିକ ଲକ୍ଷ ଲକ୍ଷ ଝିଅଙ୍କ ଦିଲ୍‌ର ଧଡକନ୍‌। ଅନେକ ଝିଅ ତାଙ୍କୁ ବିବାହ କରିବାକୁ ପ୍ରସ୍ତାବ ମଧ୍ୟ ଦିଅନ୍ତି, ଏପରିକି ତାଙ୍କର ଗୋଟିଏ ଝଲକ ଦେଖିବା ପାଇଁ ପାଗଳ ହୋଇ ଉଠନ୍ତି | ତେବେ ଏବେ ଜଣେ ଫ୍ୟାନ୍‌ କୁ ନେଇ କାର୍ତ୍ତିକ ଏବେ ବେଶ ଚର୍ଚାରେ ଅଛନ୍ତି | ତାଙ୍କୁ ବିବାହ କରିବା ପାଇଁ ଜଣେ ଯୁବତୀ ଖୋଲାଖୋଲି ଯୌତୁକ ବାବାଦକୁ ୨୦ କୋଟି ଟଙ୍କା ଅଫର୍‌ କରିଛନ୍ତି।

ପ୍ରକୃତରେ କାର୍ତ୍ତିକ ନିକଟରେ ନିଜର ଏକ ଭିଡିଓ ଇନ୍‌ଷ୍ଟା ଷ୍ଟୋରୀରେ ଅପ୍‌ଲୋଡ୍‌ କରିଥିଲେ। ଏଥିରେ ତାଙ୍କର ଜଣେ କୁନି ଫ୍ୟାନ୍‌ ତାଙ୍କ ଫିଲ୍ମ ‘ଅର୍ଜୁନ ପାଠକ’ର ଡାଏଲଗ୍‌ କହୁଥିବା ଦେଖିବାକୁ ମିଳିଛି। ଏହି ପୋଷ୍ଟରେ ଅନେକ ଲୋକଙ୍କ କମେଣ୍ଟ ଆସିବା ଆରମ୍ଭ କରିଛି। କେହି କେହି କାର୍ତ୍ତିକଙ୍କୁ ପ୍ରଶଂସା କରିଥିଲେ ଏବଂ କେହି କେହି କୁନି ଝିଅର ସୁନ୍ଦରତାକୁ ପ୍ରଶଂସା କରିଛନ୍ତି। ତେବେ ଏହାରି ଭିତରେ ଜଣେ ମହିଳା ପ୍ରଶଂସକ ନିଜ କମେଣ୍ଟ ଜରିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

କମେଣ୍ଟ ସେକ୍‌ସନ୍‌ରେ ଜଣେ ମହିଳା ଫ୍ୟାନ୍‌ କାର୍ତ୍ତିକଙ୍କୁ ଖୋଲାଖୋଲି ବିବାହ ପ୍ରସ୍ତାବ ଦେଇଛନ୍ତି। ମହିଳା ଜଣକ ନିଜ କମେଣ୍ଟ ଲେଖିଛନ୍ତି, ‘ମୁଁ କାର୍ତ୍ତିକଙ୍କୁ ଏକ ଅପର୍‌ ଦେବାକୁ ଚାହୁଁଛି। ମୋତେ ବିବାହ କର, ମୁଁ ୨୦ କୋଟି ଦେବି।’ ମହିଳା ଫ୍ୟାନଙ୍କ ଏଭଳି ବିବାହ ପ୍ରସ୍ତାବକୁ ନେଇ ଚାରିଆଡୁ ପ୍ରତିକ୍ରିୟା ଆସୁଛି। ଖୋଦ୍‌ କାର୍ତ୍ତିକ ଆର୍ଯ୍ୟନ୍‌ ମଧ୍ୟ ଏଥିରେ କମେଣ୍ଟ କରିଛନ୍ତି। ସମୟ ନଷ୍ଟ ନ କରି ସେ ଅନେକ ଇମୋଜି ପୋଷ୍ଟ କରି କେବେ ବିବାହ କରିବ ବୋଲି ପ୍ରଶ୍ନ କରିଛନ୍ତି।

କାର୍ତ୍ତିକ ଆର୍ଯ୍ୟନ ତାଙ୍କ ବ୍ୟସ୍ତବହୁଳ କାର୍ଯ୍ୟସୂଚୀରୁ ମଧ୍ୟ ତାଙ୍କ ପ୍ରଶଂସକଙ୍କ ପାଇଁ ସମୟ ବାହାର କରନ୍ତି। ଏପରି ପରିସ୍ଥିତିରେ, ଯେଉଁଠାରେ ବି କାର୍ତ୍ତିକଙ୍କୁ ତାଙ୍କ ମହିଳା ଫାନ୍‌ମାନେ ଭେଟନ୍ତି, ତାଙ୍କୁ କାର୍ତ୍ତିକ ବେଶ୍‌ ପ୍ରେମ ଏବଂ ଧୈର୍ଯ୍ୟର ସହ ଭେଟିଥାନ୍ତି।

Related Posts