ଖୁବଶୀଘ୍ର ହାତକୁ ଦୁଇ ହାତ ହେବେ ବଲିଉଡ୍‌ ଅଭିନେତା ରଣବୀର କପୁର-ଅଭିନେତ୍ରୀ ଆଲିଆ ଭଟ୍ଟ: ରଣବୀର ନିଜେ ବିବାହକୁ ନେଇ କଲେ ବଡ଼ ଘୋଷଣା

ମୁମ୍ବାଇ : ବଲିଉଡର ଚର୍ଚିତ ଯୋଡି ଅଭିନେତା ରଣବୀର କପୁର-ଅଭିନେତ୍ରୀ ଆଲିଆ ଭଟ୍ଟ ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି | ଦୀର୍ଘ ସମୟ ଧରି ପରସ୍ପରକୁ ଡେଟ୍‌ କରିବା ପରେ ଏବେ ଦୁହେଁ ପରସ୍ପରକୁ ଜୀବନ ସାଥି ରୂପେ ବାଛିବା ନେଇ ନିଷ୍ପତି ନେଇଛନ୍ତି | ଲଗାତାର ଭାବେ ଉଭୟଙ୍କ ବିବାହକୁ ନେଇ ଖବର ଶୁଣିବାକୁ ମିଳୁଛି। ନିକଟରେ ଆଲିଆଙ୍କ ଏକ ଫଟୋ ମଧ୍ୟ ଭାଇରାଲ୍‌ ହୋଇଥିଲା । କୁହାଯାଉଥିଲା କି ଦୁହେଁ ନିଜ ବିବାହ ପାଇଁ ସପିଂ କରୁଛନ୍ତି । ଏହା ସହ ବିବାହର ପ୍ରସ୍ତୁତି ମଧ୍ୟ ଆରମ୍ଭ କରି ଦେଇଛନ୍ତି । ହେଲେ ସେମାନେ ବ୍ୟକ୍ତିଗତ ଭାବେ କୌଣସି ଘୋଷଣା କରି ନ ଥିବାରୁ ଉକ୍ତ ଖବର ଉପରେ ମୋହର ଲାଗିପାରୁ ନାହିଁ। କିନ୍ତୁ ଏବେ ରଣବୀର ନିଜେ ବିବାହକୁ ନେଇ ବଡ଼ ଘୋଷଣା କରିଛନ୍ତି।

ନିକଟରେ ଦିବଂଗତ ଅଭିନେତା ତଥା ପିତା ଋଷି କୁପରଙ୍କ ଶେଷ ଫିଲ୍ମ ‘ଶର୍ମା ଜି ନମକିନ’ ରିଲିଜ ହେବାକୁ ଯାଉଛି। ଏନେଇ ରଣବୀର ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏଥିରେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ପ୍ରଶ୍ନ ପଚରାଯାଇଥିଲା। ସବୁଠାରୁ ବଡ କଥା ପଚରାଯାଇଥିଲା କି ସେ ଆଲିଆଙ୍କୁ କେବେ ବିବାହ କରିବେ ବୋଲି, ଏହାର ପ୍ରଶ୍ନର ଜବାବରେ ଅଭିନେତା କହିଲେ କି ଆଲିଆ ଓ ମୁଁ ଖୁବ୍‌ଶୀଘ୍ର ହାତକୁ ଦୁଇହାତ ହେବେ । ଏହାର ପ୍ଲାନିଂ ମଧ୍ୟ କରୁଛୁ । ହେଲେ ମୋତେ କଣ ପାଗଳା କୁକୁର କାମୁଡିଛି କି ମୁଁ ତୁମକୁ ଡେଟ୍‌ ଘୋଷଣ କରିଦେବି । କିନ୍ତୁ ସମୟ ଆସିଲେ ଏହି ବିଷୟରେ ଜଣାଇବୁ ବୋଲି କହିଛନ୍ତି ରଣବୀର |

Related Posts