ଲହୁଲୁହାଣ ହେଲେ ବାହୁବଳୀ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ: ଡାକ୍ତରଖାନାରେ ଭର୍ତ୍ତି

ବାହୁବଳୀ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଆକ୍ରମଣ | ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ କାର୍ଯ୍ୟାଳୟ ନିକଟରେ ଲହୁଲୁହାଣ ହୋଇଛନ୍ତି ବିଧାୟକ । ଏନେଇ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ, ବାଣପୁର ବ୍ଲକ କାର୍ଯ୍ୟାଳୟ ନିକଟରେ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଚାଲିଥିବାବେଳେ ବିଧାୟକ ଗାଡ଼ି ନେଇ ଭିଡ଼ ଭିତରକୁ ପଶିଯାଇଥିଲେ। ବିଧାୟକଙ୍କ ଗାଡ଼ି ଧକ୍କାରେ ସେଠାରେ ମୃତୟନ ଥିବା ଦୁଇ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି।

ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ଠେଙ୍ଗାରେ ବିଧାୟକଙ୍କୁ ଆକ୍ରମଣ କରିଥିଲେ। ଲୋକଙ୍କ ମାଡ଼ରେ ବିଧାୟକ ତଳେ ପଡ଼ିଯାଇଥିଲେ। ବିଧାୟକଙ୍କୁ ସମର୍ଥକମାନେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଉତ୍ତ୍ୟକ୍ତ ଲୋକେମାନେ ବିଧାୟକଙ୍କ ଗାଡ଼ିକୁ ଭଙ୍ଗାରୁଜା କରିବା ସହ ତାଙ୍କ ଗାଡ଼ିରେ ଉତ୍ତ୍ୟକ୍ତ ଲୋକେ ନିଆଁ ଲଗାଇ ଦେଇଥିଲେ। ବିଧାୟକ ନିଜେ ଗାଡ଼ି ଚଲାଉଥିବା ଜଣାଯାଇଛି।

ତେବେ ଯେପରି କୌଣସି ବିଶୃଙ୍ଖଳା ପରିସ୍ଥିତି ନ ଘଟିବ ସେନେଇ ବାଣପୁର ବ୍ଲକ କାର୍ଯ୍ୟାଳୟ ନିକଟରେ ପୁଲିସ ମୃତୟନ କରାଯାଇଛି।

Related Posts