ଶ୍ରୀମନ୍ଦିରର ଧୁକୁଡ଼ି ଦ୍ୱାର ନିକଟରେ ରକ୍ତଛିଟା; ମହାପ୍ରଭୁଙ୍କ ହେଲା ବଡ଼ ମହାସ୍ନାନ ନୀତି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଶ୍ରୀମନ୍ଦିରର ଧୁକୁଡ଼ି ଦ୍ୱାର ନିକଟରେ ରକ୍ତଛିଟା । ଫଳରେ ପୁଣି ମହାପ୍ରଭୁଙ୍କ ବଡ଼ ମହାସ୍ନାନ କରାଯାଇଥିବାର ସୂଚନା ମିଳିଛି। ଯେଉଁଥିପାଇଁ ଆଜି ବି କିଛି ସମୟ ପାଇଁ ଦର୍ଶନ ବନ୍ଦ ରହିଥିବା ଜଣାଯାଇଛି। ମହାସ୍ନାନ ନୀତି ସରିବା ପରେ ଭକ୍ତଙ୍କ ଦର୍ଶନ ଆରମ୍ଭ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ ସୂଚନା ମୁତାବକ, ଆଜି ମହାପ୍ରଭୁଙ୍କ ଭିତରକାଠରେ ଦର୍ଶନ ବେଳେ ରକ୍ତଛିଟା ସେବାୟତଙ୍କ ନଜରକୁ ଆସିଥିଲା। କେହି ଜଣେ ସେବାୟତ କିମ୍ବା ଭକ୍ତ ଝୁଣ୍ଟିପଡିବାରୁ ରକ୍ତଛିଟା ପଡିଥିବା ସନ୍ଦେହ କରାଯାଉଛି।

ମାରା ହେବାରୁ ମହାପ୍ରଭୁଙ୍କ ସବୁ ନୀତିକାନ୍ତି ବନ୍ଦ କରି ରତ୍ନ ସିଂହାସନ ସହ ଭିତର କାଠ ସମ୍ପୂର୍ଣ୍ଣ ଧୂଆ ଯିବାପରେ ଦର୍ଶନ ଆରମ୍ଭ ହୋଇଥିଲା। ସେପଟେ ଗତ ଦୁଇମାସ ଭିତରେ ଏଭଳି କାରଣରୁ ଶ୍ରୀମନ୍ଦିରରେ ଆଜି ଲଗାତର ବଡ଼ ମହାସ୍ନାନ କରାଯାଇଛି। ପୂର୍ବରୁ ତିନିଦିନ ଶ୍ରୀମନ୍ଦିରରେ ରକ୍ତଛିଟା ଓ ବାନ୍ତି ପାଇଁ ମହାପ୍ରଭୁଙ୍କ ବଡ଼ ମହାସ୍ନାନ ହେବା ଭକ୍ତଙ୍କ ମହଲରେ ଗୁଞ୍ଜରଣ ସୃଷ୍ଟି କରିଥିଲା । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିଛି ।

Related Posts