ଶ୍ରୀମନ୍ଦିର ଭିତର କାଠରେ ପୁଣି ପଡିଲା ରକ୍ତ ଛିଟା; ମହାପ୍ରଭୁଙ୍କ ହେଲା ମହାସ୍ନାନ, ଦେଢଘଣ୍ଟା ବନ୍ଦ ପରେ ଆରମ୍ଭ ହେଲା ଦର୍ଶନ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଶ୍ରୀମନ୍ଦିର ଭିତର କାଠରେ ପୁଣି ପଡିଲା ରକ୍ତର ଛିଟା। ଏହାପରେ ଶ୍ରୀମନ୍ଦିରରେ ବଡ ଠାକୁରଙ୍କ ବଡ ମହାସ୍ନାନ କରାଯାଇଛି। ତେବେ ଆଜି ମଙ୍ଗଳାଆରତୀ ପରେ ମଇଲମ, ତଡପଲାଗି ନୀତି ଅନୁଷ୍ଠିତ ହେବା ପରେ ଭିତର କାଠନିକଟରେ ରକ୍ତ ପଡିଥିବା ଦେଖିବାକୁ ମିଳିଥିଲା ଏହାପରେ ଶ୍ରୀଜୀଉଙ୍କୁ ମହାସାନ୍ନ କରାଯାଇଛି। ବଡମହାସାନ୍ନ ଯୋଗୁଁ ସାଧାରଣ ଦର୍ଶନ ବନ୍ଦ ହୋଇଥିଲା। ଦୀର୍ଘ ଦେଢ ଘଣ୍ଟା ଧରି ଦର୍ଶନ ବନ୍ଦ ହେବା ପରେ ଏବେ ଭକ୍ତଙ୍କ ଦର୍ଶନ ଆରମ୍ଭ ହୋଇଛି।

ସେହିପରି ପବିତ୍ର କାର୍ତ୍ତିକ ମାସର ପଞ୍ଚୁକ ବ୍ରତ ଆରମ୍ଭ ହୋଇଯାଇଥିବାରୁ ଆଜି ମଧ୍ୟ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି । ଆଜି କାର୍ତ୍ତିକର ଶେଷ ଗୁରୁବାରରେ ମହିଳାମାନଙ୍କର ପବିତ୍ର ସୁଦଶା ବ୍ରତ ପଡ଼ିଥିବାରୁ ପୁରୀରେ ପ୍ରବଳ ଭକ୍ତଙ୍କ ସମାଗମ । ତେବେ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ ଲାଗିରହିଥିବାରୁ ଠେଲାପେଲା ଯୋଗୁଁ ଏହି ରକ୍ତ ପଡିଥିବାର ଅନୁମାନ କରାଯାଉଛି। ତେବେ କାର୍ତ୍ତିକ ମାସରେ ପ୍ରବଳ ଭିଡ଼ ହେଉଥିବାରୁ ବାରମ୍ବାର ଏଭଳି ରକ୍ତର ଛିଟା ଶ୍ରୀମନ୍ଦିର ପରିସରରେ ଦେଖିବାକୁ ମିଳୁଛି।

Related Posts