ଅଡୁଆରେ ବିଜେପି: ଜନ୍ତର ମନ୍ତରରେ ମୁସଲିମ ବିରୋଧୀ ସ୍ଳୋଗାନ ଦେଇ ବିଜେପି ନେତା ସମେତ ୫ ଜଣ ଗିରିଫ

bjp

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ଦିଲ୍ଲୀର ଜନ୍ତର ମନ୍ତରରେ ଆୟୋଜିତ ଏକ ବିକ୍ଷୋଭରେ ମୁସଲିମ ବିରୋଧୀ ସ୍ଲୋଗାନ ଦେଇ ଅଡୁଆରେ ବିଜେପି । ତେବେ ବିଜେପି ନେତା ଅଶ୍ୱିନୀ ଉପାଧ୍ୟାୟ ଏବଂ ଅନ୍ୟ ପାଞ୍ଚ ଜଣଙ୍କୁ ମୁସଲିମ ବିରୋଧୀ ସ୍ଳୋଗାନ ଦେଇଥିବାରୁ ଗିରଫ କରାଯାଇଛି । ଏହା ସହ ଅଶ୍ୱିନୀ ଉପାଧ୍ୟାୟଙ୍କୁ ଅନ୍ୟ ଅଭିଯୁକ୍ତଙ୍କ ସହ ବିଳମ୍ବିତ ରାତି ପର୍ଯ୍ୟନ୍ତ ପଚରାଉଚରା କରାଯାଇଥିବାର କଥା ମଧ୍ୟ ସାମ୍ନାକୁ ଆସିଛି । ଦିଲ୍ଳୀର ଜନ୍ତର ମନ୍ତର ଠାରେ ଏକ ବିରୋଧ ପ୍ରଦର୍ଶନ କରାଯାଉଥିଲା । ଏହି ସମୟରେ ଆଣ୍ଟିମୁସଲମାନ ନାରା ଦିଆଯାଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା ।

ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ “ରାମ, ରାମ” ନାରା ମଧ୍ୟରେ ମୁସଲମାନମାନଙ୍କୁ ଧମକ ଦେଉଥିବା ସ୍ଲୋଗାନ ମଧ୍ୟ ଶୁଣିବାକୁ ମିଳିଥିଲା। ଅପରିପକ୍ଷରେ ପୂର୍ବତନ ସୁପ୍ରିମକୋର୍ଟ ଓକିଲ ତଥା ଦିଲ୍ଲୀ ବିଜେପିର ପୂର୍ବତନ ପ୍ରବକ୍ତା ଅଶ୍ୱିନୀ ଉପାଧ୍ୟାୟଙ୍କ ଦ୍ୱାରା ଏହି ପଦଯାତ୍ରା ଆୟୋଜିତ କରାଯାଇଥିଲା । କିନ୍ତୁ ସବୁଠାରୁ ରୋଚକ କଥାଟି ହେଉଛି ସେ ଭାଇରାଲ ହୋଇଥିବା ଭିଡିଓ ବିଷୟରେ ଅବଗତ ନୁହଁନ୍ତି ଏବଂ ଏହି ପ୍ରଦର୍ଶନରେ କେବଳ ପାଞ୍ଚ କିମ୍ବା ଛଅ ଜଣ ସ୍ଳୋଗାନ ଦେଉଥିଲେ ଏବଂ ଏଭଳି ସ୍ଳୋଗାନ ଦେବା ଉଚିତ ନୁହେଁ ବୋଲି ସେ କହିଥିଲେ ।

ସଂସଦ ଠାରୁ କିଛି କିଲୋମିଟର ଦୂରରେ ଥିବା ଦେଶର ଅନ୍ୟତମ ପ୍ରମୁଖ ପ୍ରତିବାଦସ୍ଥଳରେ ଆୟୋଜିତ ହୋଇଥିବା ଏହି ରାଲିରେ ସଦସ୍ୟମାନେ କଥିତ ନାରା ଦେଉଥିଲେ ଯେ ହିନ୍ଦୁସ୍ତାନ ମେ ରେହନା ହୋଗା ତୋ ଜୟ ଶ୍ରୀ ରାମ କେହନା ହୋଗା (ଭାରତରେ ରହିବାକୁ ଅଛି ତ ଜୟ ଶ୍ରୀ ରାମ କହିବାକୁ ହେବ )। ଅନ୍ୟପଟେ ଅଶ୍ୱିନୀ ଉପାଧ୍ୟାୟଙ୍କ ସମେତ ଦିଲ୍ଲୀ ବିଜେପି କାର୍ଯ୍ୟନିର୍ବାହୀ ସଦସ୍ୟ ତଥା ଭିଡିଓରେ ଦୃଶ୍ୟମାନ ହେଉଥିବା ବ୍ୟକ୍ତିଙ୍କୁ ଗିରଫ ନକରିବା ନେଇ ପୋଲିସ ଉପରେ ପ୍ରଶ୍ନ ଉଠିଥିଲା। ଶେଷରେ ପୋଲିସ ବିଳମ୍ବିତ ରାତିରେ ସନ୍ଦିଗ୍ଧମାନଙ୍କୁ ଗିରଫ କରିବା ସହିତ ତାଙ୍କୁ ପଚରାଉଚରା କରିଥିଲା । ତେବେ ଯେଉଁମାନେ ସେଠାରେ ଏକତ୍ରିତ ହୋଇ ବିରୋଧ ପ୍ରଦର୍ଶନ କରୁଥିଲେ ସେମାନେ ପୁଲିସ ପ୍ରଶାସନ ଠାରୁ କୌଣସି ଅନୁମତି ନେଇନଥିଲେ ବୋଲି ବରିଷ୍ଠ ପୁଲିସ ଅଧିକାରୀ ଦୀପକ ଯାଦବ କହିଛନ୍ତି ।

Related Posts