ଆସାମରେ ବାଜି ମାରୁଛି ବିଜେପି; ୫୦୦ ରୁ ଅଧିକ ଆସନରେ ଆଗରେ ରହିଛି ବିଜେପି

ଆସାମ(ସତ୍ୟପାଠ ବ୍ୟୁରୋ): ଆସାମର ୮୦ ଟି ପୌରସଂସ୍ଥାର ୯୭୭ ଟି ୱାର୍ଡର ଭୋଟ ଗଣନା ଚାଲିଛି । ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଏଥର ୨୫୦୦ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ଯାହାର ଭାଗ୍ୟ ଆଜି ସ୍ଥିର ହେବ । ୫୭ ଟି ୱାର୍ଡରେ ବିଜେପି ପ୍ରାର୍ଥୀମାନେ ବିଜେତା ଘୋଷିତ ହୋଇସାରିଛନ୍ତି । ସେପଟେ ମିଳିଥିବା ସୂଚନା ଅନୁଯାୟୀ ସକାଳ ୧୧ ଟା ପର୍ଯ୍ୟନ୍ତ ବିଜେପି ୫୪୮ଟି ଆସନରେ ଆଗରେ ରହିଛି । ଆସାମ ରାଜ୍ୟ ନିର୍ବାଚନ ଆୟୋଗଙ୍କ ଅନୁଯାୟୀ, ସକାଳ ୧୧ ଟା ପର୍ଯ୍ୟନ୍ତ ୯୭୭ ୱାର୍ଡ ମଧ୍ୟରୁ ୫୪୮ ଟିରେ ବିଜେପି ଆଗୁଆ ରହିଛି। କଂଗ୍ରେସ ୬୧ ୱାର୍ଡରେ ଏବଂ ଅନ୍ୟ ୧୨୫ ୱାର୍ଡରେ ଅଗ୍ରଣୀ ରହିଛି । ରାଜ୍ୟରେ କଂଗ୍ରେସର ଅବସ୍ଥା ଖରାପ ଥିବାରୁ ବିଜେପି ବହୁତ ଆଗରେ ରହିଛି ।

ଆସାମ ରାଜ୍ୟ ନିର୍ବାଚନ ଆୟୋଗ ଅନୁଯାୟୀ ସକାଳ ୯ ଟା ପର୍ଯ୍ୟନ୍ତ ୨୯୬ ୱାର୍ଡରେ ବିଜେପି ଅଗ୍ରଣୀ ଥିବାବେଳେ କଂଗ୍ରେସ ୩୩ ୱାର୍ଡରେ ଏବଂ ଅନ୍ୟ ୬୨ ୱାର୍ଡରେ ଆଗୁଆ ରହିଛି। ଅନ୍ୟପଟେ ଆସାମରେ ଅନୁଷ୍ଠିତ ମ୍ୟୁନିସିପାଲିଟି ନିର୍ବାଚନରେ ରାଜ୍ୟରେ ହୋଇଥିବା ନାଗରିକ ମତଦାନ ଇତିହାସରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ପ୍ରଥମଥର କରି ବ୍ୟବହାର କରାଯାଉଛି । ୭୦ ପ୍ରତିଶତରୁ ଅଧିକ ଭୋଟରଙ୍କ ମତଦାନ ହୋଇଥିଲା। ନାଗରିକ ସଂଗଠନ ନିର୍ବାଚନରେ ୮,୪୧,୫୩୪ ମହିଳା ଏବଂ ୧୭ ଟ୍ରାନ୍ସଜେଣ୍ଡରଙ୍କ ସମେତ ୧୬ ଲକ୍ଷରୁ ଅଧିକ ଭୋଟର ଭୋଟ ଦେଇଥିଲେ ।

Related Posts