ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲା, ସ୍କୁଲ ଓ ଗାଁ ସାଥିଙ୍କୁ ପଚରାଉଚରା କରୁଛି ପୋଲିସ:ଭୁବନେଶ୍ୱର ଡିସିପି

ଭୁବନେଶ୍ୱର : ବିଜେବି କଲେଜ୍ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣା କୁ ଦୁଇ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ର ହାତ ଖାଲି ଅଛି । ଅଭିଯୁକ୍ତ ମାନଙ୍କୁ ଗିରଫ କରିପାରୁନି ପୋଲିସ । ଏବେ ଯାଏଁ ଚିହ୍ନଟ ହୋଇନାହାନ୍ତି ୩ଜଣ ସିନିୟର ଛାତ୍ର । ଯାହାଙ୍କ ବିରୋଧରେ ମୃତ୍ୟୁ ପୂର୍ବରୁ ନିଜ ଚିଠିରେ ଉଲ୍ଲେଖ କରିଛନ୍ତି ମୃତ ଛାତ୍ରୀ ରୁଚିକା । ଏହି ଘଟଣାରେ ପୋଲିସ ଏବେଯାଏଁ ୧୦୦ଜଣ ବୟାନ ରେକର୍ଡ କରିଥିବା କହିଛନ୍ତି ଭୁବନେଶ୍ୱର ଡିସିପି ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ବିଜେବି କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ତନାଘନା କରୁଛି ପୋଲିସ । ଏପିରିକି ରୁଚିକାଙ୍କ ଗାଁକୁ ଯାଇ ତଦନ୍ତ କରିଛି ପୋଲିସର ଏକ ଟିମ୍‌ । ସେଠାରେ ରୁଚିକାଙ୍କ ସ୍କୁଲ ଓ କଲେଜ ସାଥୀମାନଙ୍କୁ ପଚରାଉଚୁରା କରାଯାଇଛି ।

ରୁଚିକାଙ୍କ ମୃତ୍ୟୁ ସମ୍ପର୍କରେ କଲେଜ କର୍ତ୍ତୃପକ୍ଷଙ୍କୁ ପଚରାଉଚୁରା କରିବା ସହ ସେମାନଙ୍କୁ ତଦନ୍ତରେ ସାମିଲ କରାଯାଇଛି । ଖୁବଶୀଘ୍ର ମାମଲାର ସମାଧାନ କରାଯିବ ।

Related Posts