ବିଧାନସଭା ଉପନିର୍ବାଚନ ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା

ନୁଆଦିଲ୍ଲୀ: ବିଜେପି ପକ୍ଷରୁ ଘୋଷଣା ହେଲା ପ୍ରାର୍ଥୀ । ଉତ୍ତର ପ୍ରଦେଶର ଦୁଇ ଲୋକସଭା ଓ ତ୍ରିପୁରା ହେବାକୁ ଥିବା ୪ ବିଧାନସଭାକୁ ସମେତ ମୋଟ ୨ ଲୋକସଭା ଓ ୭ ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ଭାରତୀୟ ଜନତା ପାର୍ଟି । ଉତ୍ତର ପ୍ରଦେଶର ଦୁଇ ସଂସଦୀୟ ଆସନ ରାମପୁର ଓ ଆଜମଗଡରୁ ପ୍ରାର୍ଥୀ ଘୋଷଣା କରାଯାଇଛି । ରାମପୁରରୁ ଘନସ୍ୟାମ ଲୋଧି ଓ ଆଜନଗଡରୁ ଦିନେଶ ଲାଲ ଯାଦବଙ୍କୁ ପ୍ରାର୍ଥୀ ଭାବେ ଟିକେଟ ଦେଇଛି ଦଳ । ଏହି ଦୁଇ ଆସନ ମଧ୍ୟରୁ କୌଣସି ଗୋଟିଏ ଆସନରେ ରାଜ୍ୟସଭାରେ କାର୍ଯ୍ୟକାଳ ଶେଷ କରୁଥିବା ସଂଖ୍ୟାଲଘୁ ମନ୍ତ୍ରୀ ମୁଖତାର ଆବାସ ନଖଭିଙ୍କୁ ଟିକେଟ ମିଳିବା ନେଇ ଲାଗି ରହିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିଛି ।

ସେହିପରି ତ୍ରିପୁରାର ୪ ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ମଧ୍ୟ ପ୍ରାର୍ଥୀ ଘୋଷଣା କରିଛି ଦଳ । ଟାଉନ ବର୍ଦ୍ଦଓ୍ବାଲିରୁ ବିଧାନସଭା ମଣ୍ଡଳୀରୁ ମୁଖ୍ୟମନ୍ତ୍ରୀ ଡ.ମାଣିକ ସାହାରୁ ପ୍ରାର୍ଥୀ କରିଛି ଦଳ । ସେହିପରି ରାଜଧାନୀ ଅଗରତାଲାରୁ ଅଶୋକ ସିହ୍ନା, ସଂରକ୍ଷିତ ସୁରମା ବିଧାନାସଭା ଆସନରୁ ସ୍ବାପ୍ନା ଦାସ ପଲ, ଯୁବରାଜନଗରରୁ ମାଲିନା ଦେବନାଥଙ୍କୁ ଦଳ ଟିକେଟ ଦେଇଛି ।ସେହିପରି ଆନ୍ଧ୍ର ପ୍ରଦେଶ, ଦିଲ୍ଲୀ ଓ ଝାଡଖଣ୍ଡର ଗୋଟିଏ ଲେଖାଏଁ ବିଧାନସଭା ଆସନରେ ମଧ୍ୟ ଦଳ ପ୍ରାର୍ଥୀ ଘୋଷଣା କରିଛି । ଆନ୍ଧ୍ର ପ୍ରଦେଶର ଆତ୍ମକୁର ବିଧାନସଭା ଆସନରୁ ଗୁଣ୍ଡଲାପାଲି ଭାରତ କୁମାର ଯାଦବ, ଦିଲ୍ଲୀର ରାଜେନ୍ଦ୍ର ନଗରରୁ ରାଜେଶ ଭାଟିଆ, ଝାଡଖଣ୍ଡର ମନ୍ଦର ଆସନରୁ ଗଙ୍ଗୋତ୍ରୀ କୁଜୁରଙ୍କୁ ଦଳ ପ୍ରାର୍ଥୀ କରିଛି ।

Related Posts