ମହିଳା ସଶକ୍ତିକରଣ ନାଁରେ ମହିଳା ଶୋଷଣ ନୀତି ଆପଣାଇଛି ବିଜେଡି: ସମୀର ମହାନ୍ତି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଶାସକ ବିଜେଡି ଦଳକୁ ଟାର୍ଗେଟ କରି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ବିଜେଡି ମହିଳା ସଶକ୍ତୀକରଣ ନାଁରେ ମହିଳା ଶୋଷଣ ନୀତି ଆପଣାଇଛି । ମହିଳା ନିର୍ଯ୍ୟାତନା କ୍ଷେତ୍ରରେ ଓଡ଼ିଶା ସର୍ବଭାରତୀୟସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛି ବୋଲି ସମୀର ମହାନ୍ତି କହିଛନ୍ତି । ଏହା ସହ ରାଜ୍ୟ ସରକାରଙ୍କର ମହିଳା ସୁରକ୍ଷା ପ୍ରତି କୌଣସି ପ୍ରତିବଦ୍ଧତା ନଥିବା କାରଣରୁ ପ୍ରତିଦିନ ହାରାହାରି ୪ ବଳତ୍କାର ଓ ୬ ଅପହରଣ ଭଳି ହୀନ ଘଟଣା ଘଟୁଛି । ଭାରତରେ ସହରାଞ୍ଚଳର ୧୦୦୦ ମହିଳାଙ୍କ ମଧ୍ୟରୁ ୯୯ ଜଣ ବେରୋଜଗାର ଥିବାବେଳେ ଓଙ୍ଗ଼ିଶାରେ ସେମାନଙ୍କ ସଂଖ୍ୟା ୨୧୯ । ରାଜ୍ୟରେ ୪୦୦ ବାଳିକା ବିଦ୍ୟାଳୟରେ ଶୌଚାଳୟକୁ ପାଣିର ସଂଯୋଗୀକରଣ କରାଯାଇନାହିଁ । ରାଜ୍ୟରେ ମହିଳାଙ୍କ ସାକ୍ଷରତା ହାର ୬୪.୦୧ ପ୍ରତିଶତ ଏବଂ ଶିକ୍ଷାକ୍ଷେତ୍ରରେ ଓଡ଼ିଶା ସର୍ବଭାରତୀୟସ୍ତରରେ ୧୩ତମ ସ୍ଥାନରେ ରହିବା ଶିକ୍ଷାର ଅବ୍ୟବସ୍ଥାକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ।

ରାଜ୍ୟର ୩୭୦ ପଞ୍ଚାୟତରେ ହାଇସ୍କୁଲ ନଥିବାବେଳେ ୪୦୦ ବାଳିକା ବିଦ୍ୟାଳୟରେ ଶୌଚାଳୟକୁ ପାଣିର ସଂଯୋଗୀକରଣ ହୋଇ ନଥିବା ରାଜ୍ୟ ସରକାରଙ୍କ ଅପାରଗତାକୁ ସ୍ପଷ୍ଟ କରୁଛି ବୋଲି ସମୀର ମହାନ୍ତି କହିଛନ୍ତି । କେବଳ ଏତିକି ନୁହେଁ ବରଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶାସନ କ୍ଷମତାକୁ ଆସିବା ପରେ ଅନେକ ମହିଳା କେନ୍ଦ୍ରୀକ ଯୋଜନା ଆରମ୍ଭ କରିଛନ୍ତି । ଜନ୍ମିତ ଶିଶୁଠାରୁ ଆରମ୍ଭ କରି ବୃଦ୍ଧବସ୍ଥା ପର୍ଯ୍ୟନ୍ତ ମହିଳାଙ୍କ ସର୍ବାଙ୍ଗୀନ ବିକାଶ ପାଇଁ କଲ୍ୟାଣକାରୀ ଯୋଜନା ପ୍ରସ୍ତୁତ କରି ଏହାର ସଫଳ କାର୍ଯ୍ୟାନ୍ୱୟନ ପାଇଁ ମୋଦି ସରକାର ନୀରବଚ୍ଛିନ୍ନ ଭାବରେ କାର୍ଯ୍ୟ କରୁଛନ୍ତି । ଗତ ୮ ବର୍ଷରେ ମୋଦି ସରକାରରେ ଶିକ୍ଷା, ଅର୍ଥ, ବୈଦେଶିକ, ସାମଜିକ ସୁରକ୍ଷା ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟର ଦାୟିତ୍ୱ ମହିଳାମାନଙ୍କୁ ପ୍ରଦାନ ଦିଆଯାଇଛି ବୋଲି ସମୀର ମହାନ୍ତି କହିଛନ୍ତି । ସେପଟେ ଗତକାଲି କଟକଠାରେ ଅନୁଷ୍ଠିତ ମହିଳା ସମାବେଶରେ ଯୋଗଦେଇ ସେ ଏପରି କହିଥିବାର ଦେଖିବାକୁ ମିଳିଛି ।

Related Posts