ଟୋକିଓ ଅଲମ୍ପିକ: ବିନେଶ ଫୋଗାଟଙ୍କ ପଦକ ଆଶା ମଉଳିବା ସହ ଅଲମ୍ପିକ ଅଭିଯାନ ମଧ୍ୟ ଶେଷ ହେଲା

phogat

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ମଉଳିଲା ଅଲମ୍ପିକ ପଦକ ଆଶା । ଅଲିମ୍ପିକ-୨୦୨୦ରେ ଭାରତୀୟ ‌ଷ୍ଟାର ରେସଲର ବିନେଶ ଫୋଗାଟ୍ ନିରାଶ କରିଛନ୍ତି । ତେବେ ୫୩ କିଲୋଗ୍ରାମ ବର୍ଗରେ ବିନେଶ ପୋଗାଟ ଟୋକିଓ ଅଲିମ୍ପିକରେ ପଦକ ଜିତିବା ପାଇଁ ପ୍ରବଳ ଦାବିଦାର ଥିଲେ କିନ୍ତୁ ସେ ମ୍ୟାଚ ହାରି ସମସ୍ତଙ୍କୁ ନିରାଶ କରାଇଥିଲେ । ମହିଳା ବର୍ଗର ବିନେଶ ଫୋଗାଟ ସେମିଫାଇନାଲରେ ବେଲାରୁସର ବେନେସା କାଲାଦଜିନ୍ସକାୟାଙ୍କ ଠାରୁ ସେ ମ୍ୟାଚ ହାରିଯାଇଥିଲେ । କ୍ବାର୍ଟର ଫାଇନାଲ ମୁକାବିଲାରେ ବେଲାରୁସର ଫାଇଟର ଭାନିସାଙ୍କ ଠାରୁ ୩-୯ ସେଟ୍‌ରେ ପରାଜୟ ବରଣ କରିଥିଲେ । ଯାହାଫଳରେ ତାଙ୍କର ସ୍ୱର୍ଣ୍ଣ ପାଇବା ଆଶା ମଉଳି ଯାଇଥିଲା । ଆଉ ବର୍ତ୍ତମାନ ଭାରତୀୟ ରେସଲର ପ୍ରତିଯୋଗିତାରୁ ବାହାର ହୋଇଯାଇଛନ୍ତି । କାହିଁକି ନା ବେଲାରୁସର ବେନେସା ଫାଇନାଲ ପହଞ୍ଚିପାରି ନଥିଲେ । ସେ ମଧ୍ୟ ସେମିଫାଇନାଲରେ ହାରି ଯାଇଥିଲେ । ଯାହାଫଳରେ ବିନେଶ ଫୋଗାଟକୁ ବ୍ରୋଞ୍ଚ ରାଉଣ୍ଡ ପାଇଁ ଖେଳିବାର ସୁଯୋଗ ମିଳିଲା ନାହିଁ ।

ଏହା ସହ ବିନାଶ ଫୋଗାଟଙ୍କ ଅଲମ୍ପିକ ଅଭିଯାନ ମଧ୍ୟ ଶେଷ ହୋଇଥିଲା । ତେବେ ବିନେଶ୍‌ଙ୍କ ପ୍ରଦର୍ଶନକୁ ନେଇ ତାଙ୍କୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି । ତାଙ୍କ ପ୍ରଦର୍ଶନରେ ଚାଚା ମହାବୀର ସିଂହ ଫୋଗାଟ୍ ନିରଶ ହୋଇଛନ୍ତି । ସେ କହିଛନ୍ତି ଆଜି ପର୍ଯ୍ୟନ୍ତ ବିନେଶଙ୍କର ଏଭଳି ଖରାପ ପ୍ରଦର୍ଶନ ଦେଖିନାହିଁ । ଏଭଳି ଲାଗୁଥିଲା ଯେ ସେ ମ୍ୟାଚ୍ ଜିତିବା ପାଇଁ ଚେଷ୍ଟା କରୁନଥିଲେ । ଏହାଠାରୁ ଖରାପ ଏବଂ କଦର୍ଯ୍ୟ ଫାଇଟ୍ ଆଜିଯାଏଁ ଦଖେିନଥିଲି ।ଆରମ୍ଭରୁ ହିଁ ବେଲାରୁସ୍‌ର ରେସଲର ଭାନିସା କାଲାଡଜିନ୍ସକ୍ୟା ବିନେଶ୍‌ଙ୍କ ଉପରେ ଭାରି ପଡିଥିଲେ । ବିନେଶ୍ ନିଜ ଲକ୍ଷ୍ୟରୁ ବିଚ୍ୟୁତ ହୋଇଥିଲେ ।

ଯାହା ଫଲରେ ପ୍ରତିପକ୍ଷ ବେଲାରୁସ୍ ଖେଳାଳି ତାଙ୍କ ଉପରେ ଭାରି ପଡିବା ସହିତ ପଏଣ୍ଟ ହାସଲ କରିବାରେ ଅସମର୍ଥ ହୋଇଥିଲେ । ଏହାରେ ସେ ଧର୍ଯ୍ୟ ହରାଇଦେଇଥିଲେ । ଏମିତିକି ଯେତେବେଳେ ବିନେଶ୍ ପ୍ରତିଦ୍ବନ୍ଦୀ ଭାନିସାଙ୍କୁ ପଛପଟୁ ଧରିନେଇଥିଲେ । ଭଲ ସ୍ଥିତିରେ ଥାଇ ମଧ୍ୟ ନିଜ ପ୍ରତିଦ୍ବନ୍ଦୀଙ୍କୁ କବ୍‌ଜା କରିବା‌ରେ ଅସମର୍ଥ ହୋଇଥିଲେ ବିନେଶ ଫୋଗାଟ୍ । ସମସ୍ତ ଚେଷ୍ଟା ପ‌ରେ ବି ଭାନିସାଙ୍କ ରକ୍ଷଣଶୀଳ ରଣନୀତିକୁ ବୁଝିବାରେ ଅସମର୍ଥ ହୋଇଥିଲେ ।

Related Posts