ପାଲଲହଡା (ସତ୍ୟପାଠ)୩/୧: ପାଲଲହଡା ପୋଲିସର ବଡ ସଫଳତା। ଶିବ ମନ୍ଦିର ଛକ ନିକଟରେ ଦୁଇ ବ୍ୟବସାୟୀଙ୍କ ଠାରୁ ମାରଣାସ୍ତ୍ର ଓ ବନ୍ଧୁକ ମୁନରେ ୧୨ ଲକ୍ଷ ଟଙ୍କା ଲୁଟ ଘଟଣାର ପର୍ଦାଫାଶ କରି ତିନି ଡକାୟତ ଙ୍କୁ ଗିରଫ କରିବା ସହ କୋଟ ଚାଲାଣ କରଯାଇଛି। ଗିରଫ ଯୁବକ ମାନେ ହେଲେ ସମଲ ଥାନା ଅନ୍ତର୍ଗତ ପରାବିଲ ଗାଁ ର କାହ୍ନ ନାଏକ (୨୫) ତ୍ରିନାଥ ନାଏକ(୨୫) ଓ ବାରୂଆ ଗାଁ ର ରାଜୁ ନାଏକ l
ସୂଚନା ଅନୁସାରେ, ଗତ ଡ଼ିସେମ୍ବର ୨୨ ତାରିଖ, ରବିବାର ଦିନ ସମ୍ବଲପୁର ଅଞ୍ଚଳର ଦୁଇ ବ୍ୟବସାୟୀ ବଜରଂଗୀ ଅଗ୍ରୱାଲଙ୍କ ମ୍ୟାନେଜର ଶ୍ୟାମ ନାରାୟଣ ପାଣ୍ଡେ ଓ ମନୀଷ ତିୱାରୀ ଏକ କାରରେ ପାଲଲହଡାର ଗ୍ରୋସରୀ ବ୍ୟବସାୟୀଙ୍କ ଠାରୁ ସପ୍ତାହିକ ପେମେଣ୍ଟ ୧୨ ଲକ୍ଷରୁ ଉର୍ଦ୍ଧ ଟଙ୍କା ନେଇ ସମ୍ବଲପୁର ଫେରୁ ଥିବା ବେଳେ ପାଲଲହଡା ୪୯ ନମ୍ବର ଜାତୀୟ ରାଜପଥ ଶିବ ମନ୍ଦିର ଛକ ନିକଟରେ ବ୍ୟବସାୟୀଙ୍କ କାରକୁ ଦୁଇଟି ପଲସର ଓ ଗୋଟିଏ ହୋଣ୍ଡା ସାଇନରେ ସାତ ଜଣ ଗାଡି ଅଟକାଇ ଭୁଜାଲି, ଓ ବନ୍ଧୁକରେ ଅତର୍ତ୍ତିକ ଆକ୍ରମଣ କରିଥିଲେ। ଏହାସହିତ ବ୍ୟବସାୟୀଙ୍କ ଠାରୁ ୧୨ ଲକ୍ଷ ଟଙ୍କା ଲୁଟି ନେଇ ଫେରାର ହୋଇ ଯାଇଥିଲେ। ଡକାୟତଙ୍କ ଆକ୍ରମଣ ରେ ଦୁଇ ବ୍ୟବସାୟୀ ଆହତ ହୋଇଥିଲେ। ଦିନ ଦ୍ବିପହରରେ ପାଳଲହଡା ସହରରୁ ମାତ୍ର ୫ଶହ ମିଟର ଦୂର ରାଜପଥରେ ସଶସ୍ତ୍ର ଡକାୟତି ଘଟଣା ଖବର ପାଇ ପାଲଲହଡା ପୋଲିସ ଘଟଣା ସ୍ଥଳରେ ପହଂଚି ଛାନଭିନ ଆରମ୍ଭ କରିଥିଲେ। ଏହି ଡକାୟତ ମାନଙ୍କୁ ଧରିବା ପୋଲିସ ପାଇଁ ଏକ ଚାଲେଞ୍ଜ ହୋଇ ଛିଡା ହୋଇଥିଲା। ଦୁଇ ବ୍ୟବସାୟୀଙ୍କ ଏତଲା ଆଧାରରେ ଅନଗୁଳ ଜିଲ୍ଲା ଆରକ୍ଷୀ ଅଧକାରୀ ରାହୁଲ ଜୈନଙ୍କ ନିର୍ଦେଶ କ୍ରମେ ଡକାୟତ ଦଳ କୁ ଧରିବା ପାଇଁ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରା ଯାଇଥିଲା। ଅନଗୁଳ ଏସପିଙ୍କ ନିର୍ଦେଶ କ୍ରମେ ସ୍ପେସିଆଲ ସ୍କ୍ୱାର୍ଡ ଗଠନ କରାଯିବା ସହ ପାଲଲହଡା SDPO ସୁଶାନ୍ତ କୁମାର ତାଉଦିଆ ଓ ଥାନା ଅଧକାରିଣୀ ଅନୁରାଧା ମାର୍ଥାଙ୍କ ମିଳିତ ଟିମ ବିଭିନ୍ନ ସ୍ଥାନରେ ଚଢାଉ କରି ଏହି ତିନି ଜଣ ଡକାୟତ ମାନଙ୍କୁ ଧରି ପୋଲିସ କୋର୍ଟ ଚାଲାଣ କରିଛି।
ଏହି ଡକାୟତି ମାନଙ୍କ ଠାରୁ ଭୁଜାଲି, ଖଣ୍ଡା, କାତି ଓ ପୃଥକ ପୃଥକ ଭାବେ କାହ୍ନ ନାଏକ ଠାରୁ ତିନି ହଜାର ଏକ ଶହ କୋଡିଏ ଟଙ୍କା, ତ୍ରିନାଥ ଠାରୁ ୯ ହଜାର ୩ ଶହ କୋଡିଏ ଟଙ୍କା ଓ ରାଜୁ ନାଏକ ଠାରୁ ଏକ ହଜାର ୯ ଶହ ଟଙ୍କା ଜବତ ହୋଇଛି l ତେବେ ପୋଲିସର ତଦନ୍ତ ବେଳେ ଏହି ଡକାୟତି ଘଟଣାରେ ଗିରଫ ୩ ଅଭିଯୁକ୍ତଙ୍କ ସମେତ ଆହୁରି ଚାରି ଜଣ ସମ୍ପୃକ୍ତ ଥିବା ଜଣା ପଡିଛି। ପୋଲିସ ଅନ୍ୟ ଚାରି ଡକାୟତ ମାନଙ୍କୁ ଖୁବଶୀଘ୍ର ଧରିବ ବୋଲି ଥାନା ଅଧକାରୀଣି ଅନୁରାଧା ମାର୍ଥା ପ୍ରକାଶ କରିଛନ୍ତି l ପୋଲିସର ଏହି ସଫଳତା ପାଇଁ ପାଲଲହଡା ଅଞ୍ଚଳରେ ପୋଲିସ ବିଭାଗକୁ ପ୍ରଶଂସା କରା ଯାଇଛି l
ରିପୋର୍ଟ: ସୁବ୍ରତ ଦାସ, ପାଲଲହଡ଼ା