ଜୟନାରାୟଣଙ୍କୁ ବଡ଼ ଝଟକା; ଜାମିନ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବରିଷ୍ଠ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି ସୁପ୍ରିମକୋର୍ଟ। ମହିଳା ଆଇଆଇସିଙ୍କୁ ମାଡ଼ ମାରିବା ଘଟଣାରେ ଆଗୁଆ ଜାମିନ ଆବେଦନ କରିଥଲେ ଜୟ ନାରୟଣ। ହେଲେ ଆଗୁଆ ଜାମିନ ଦେବାକୁ ମନା କରି ଦେଇଛନ୍ତି ସୁପ୍ରିମକୋର୍ଟ।

୨୦୨୩ ମସିହା ଫେବ୍ରୁଆରୀ ୧୫ ତାରିଖରେ ସମ୍ବଲପୁର ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଆନ୍ଦୋଳନ ବେଳେ ପୁଲିସ ସହ ବିଜେପି କର୍ମୀ ମୁହାଁମୁହିଁ ହୋଇଥିଲେ। ଏହି ସମୟରେ ଜୟ ନାରାୟଣ ମହିଳା ଆଇଆଇସିଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଥିଲା। ଏନେଇ ଥାନାରେ ଏତଲା ଦେଇଥିଲେ ଖୋଦ ମହିଳା ଆଇଆଇସି।

ଉକ୍ତ ମାମଲାରେ ହାଇକୋର୍ଟରେ ଜୟନାରାୟଣ ଜୟନାରାୟଣ ଆଗୁଆ ଜାମିନ ଆବେଦନ କରିଥିଲେ। ହାଇକୋର୍ଟ ତାଙ୍କ ଆବେଦନକୁ ଖାରଜ କରି ଦେଇଥିଲେ। ଏହାକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିଲେ ଜୟନାରାୟଣ। ସୁପ୍ରିମକୋର୍ଟ ମଧ୍ୟ ଜୟ ନାରାୟଣଙ୍କୁ ଆଗୁଆ ଜାମିନ ଦେବାକୁ ମନା କରିଦେଇଛନ୍ତି। ଏନେଇ ଜୟନାରାୟଣ ମିଶ୍ର କହିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ଅର୍ଡର ତାଙ୍କର ହସ୍ତଗତ ହୋଇନାହିଁ, ନିଜ ଓକିଲଙ୍କ ସହ କଥା ହୋଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବି। ତେବେ ଏ ପୁରା ମାମଲା ଗତ ବିଜେଡି ସରକାରର ଏକ ଷଡଯନ୍ତ୍ର ଥିଲା ବୋଲି ଜୟନାରାୟଣ କହିଛନ୍ତି|

Related Posts