ଗୁଜୁରାଟ କଂଗ୍ରେସକୁ ବଡ଼ ଝଟକା; ସକ୍ରିୟ ରାଜନୀତିରେ ଯୋଗ ଦେବେ ନାହିଁ ବୋଲି ଘୋଷଣା କଲେ ପଟିଦାର ନେତା ନରେଶ ପଟେଲ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଗୁଜୁରାଟ କଂଗ୍ରେସକୁ ବଡ଼ ଝଟକା । ତେବେ ପ୍ରଭାବଶାଳୀ ପଟିଦାର ନେତା ନରେଶ ପଟେଲ ସକ୍ରିୟ ରାଜନୀତିରେ ଯୋଗ ଦେବେ ନାହିଁ ବୋଲି ଘୋଷଣା କରିଛନ୍ତି । ସେପଟେ ଡିସେମ୍ୱରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ନରେଶ ପଟେଲଙ୍କୁ ପାର୍ଟିରେ ସାମିଲ କରାଇବା ପାଇଁ କଂଗ୍ରେସ ପ୍ରୟାସ କରୁଥିଲା । ଏହି ପ୍ରସଙ୍ଗ ଉପରେ ବିଚାର କରିବା ପାଇଁ ଦିଲ୍ଲୀରେ ଦଳର ବରିଷ୍ଠ ନେତାଙ୍କ ସହ ଅନେକ ପର୍ୟ୍ୟାୟରେ ବୈଠକ ମଧ୍ୟ ହୋଇଥିଲେ। ନରେଶ ପଟେଲ କହିଛନ୍ତି, ଯୁବକ ଏବଂ ମହିଳା ତାଙ୍କ ସକ୍ରିୟ ରାଜନୀତିରେ ପ୍ରବେଶ ପକ୍ଷରେ ଅଛନ୍ତି କିନ୍ତୁ ସମୁଦାୟର ବରିଷ୍ଠ ନାଗରିକ ସମ୍ପୂର୍ଣ୍ଣ ରୂପେ ଏହା ବିରୋଧରେ ଅଛନ୍ତି ।

ରାଜକୋଟ ଜିଲ୍ଲା ସ୍ଥିତ ଖୋଡଲଧାମରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପଟେଲ କହିଛନ୍ତି, ‘ପଟିଦାର ସମୁଦାୟର ବରିଷ୍ଠ ଲୋକେ ମୋତେ କହିଛନ୍ତି ଯଦି କୌଣସି ରାଜନୈତିକ ଦଳରେ ମୁଁ ସାମିଲ ହୁଏ ତେବେ ପ୍ରତିଟି ସମୁଦାୟକୁ ଉଚିତ ନ୍ୟାୟ ଦେଇପାରିବ ନାହିଁ’। ଖୋଡଲଧାମରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ସହ ଜଡିତ ଅନେକ ପ୍ରକଳ୍ପ ଏବେ ବି ଅଧାରେ ରହିଛି । ଏହି ସବୁ ପ୍ରକଳ୍ପକୁ ପୂରଣ କରିବା ମୋର ଲକ୍ଷ୍ୟ ବୋଲି ସେ କହିଛନ୍ତି । ଅନ୍ୟପଟେ ଗୁଜରାଟ ରାଜନୀତିରେ ପଟିଦାରଙ୍କ ବଡ଼ ଭୂମିକା ରହିଥାଏ । ରାଜ୍ୟରେ ପଟିଦାର ଜନସଂଖ୍ୟା ପ୍ରାୟ ୧୧-୧୨ ପ୍ରତିଶତ ଏବଂ ଅନେକ ବିଧାନସଭା କ୍ଷେତ୍ରରେ ଏମାନଙ୍କ ଭୂମିକା ନିର୍ଣ୍ଣାୟକ ହୋଇଥାଏ । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts