ବରିଷ୍ଠ ନାଗରିକଙ୍କ ପାଇଁ ବଡ ରିହାତି ଆଣିଲା ଏୟାର ଇଣ୍ଡିଆ: ବେସିକ ମୂଲ୍ୟରେ 50 ପ୍ରତିଶତ ରିହାତି

ନୂଆଦିଲ୍ଲୀ:ବରିଷ୍ଠ ନାଗରିକ ବିମାନ ଯାତ୍ରୀଙ୍କ ପାଇଁ ବଡ ଘୋଷଣା କରିଛି ଏୟାର ଇଣ୍ଡିଆ । ନିକଟରେ ଇନ୍ଧନ ଦର ବୃଦ୍ଧି ହେତୁ ବିମାନ ଟିକେଟ ମୂଲ୍ୟ ଆକାଶ ଛୁଆଁ ହେବାରେ ଲାଗିଲାଣି । ଏହାରି ମଧ୍ୟରେ ନିୟମିତ ବିମାନ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ବର୍ତ୍ତମାନ ବର୍ଦ୍ଧିତ ଦର ଚିନ୍ତା ବଢ଼ାଇଛି । ଏହାରି ମଧ୍ୟରେ ଏୟାର ଇଣ୍ଡିଆ ୱେବସାଇଟ ଅନୁଯାୟୀ, 60 ବର୍ଷରୁ ଅଧିକ ବୟସ୍କ ଭାରତୀୟ ନାଗରିକଙ୍କୁ ଯାତ୍ରା ଟିକେଟର ସାଧାରଣ ମୂଲ୍ୟ ଉପରେ 50 ପ୍ରତିଶତ ରିହାତି ଦିଆଯିବ ।

ଏଥିପାଇଁ ସେମାନଙ୍କୁ ଯାତ୍ରାର ଅତି କମରେ ତିନି ଦିନ ପୂର୍ବରୁ ଟିକେଟ ବୁକ୍ କରିବାକୁ ପଡିବ । ଏହି ଅଫର କେବଳ ଇକୋନୋମି ବର୍ଗ ପାଇଁ ପ୍ରଦାନ କରାଯିବ ।ଏହି ନୂତନ ଅଫର ପାଇଁ ସଂସ୍ଥା କିଛି ସର୍ତ୍ତାବଳୀ ମଧ୍ୟ ରଖିଛି । ଏହି ରିହାତି ପାଇବାକୁ ଥିବା ବରିଷ୍ଠ ନାଗରିକମାନଙ୍କୁ ବୋର୍ଡିଂ ପାସ ନେବା ବେଳେ ପରିଚୟପତ୍ର ଦେଖାଇବାକୁ ପଡିବ । ପରିଚୟପତ୍ର ବିନା ଏହି ସୁବିଧା ମିଳିପାରିବ ନାହିଁ ।

ସଂସ୍ଥାର ୱେବସାଇଟ୍ airindia.in ଅନୁଯାୟୀ, ଦେଶ ଭିତରେ ଯେକୌଣସି ଅଞ୍ଚଳ ଯାତ୍ରା ସମୟରେ ବରିଷ୍ଠ ନାଗରିକ ଏହି ରିହାତି ପାଇପାରିବେ । ଯଦି ବରିଷ୍ଠ ନାଗରିକମାନେ ଟିକେଟ୍ ବୁକ୍ କରିବା ପରେ ଯାତ୍ରା ତାରିଖରେ ପରିବର୍ତ୍ତନ କରିବାକୁ ଚାହାନ୍ତି, ତେବେ ସେମାନଙ୍କୁ ଅତିରିକ୍ତ ଭାବେ ରିସିଡ୍ୟୁଲ ଦେୟ ଦେବାକୁ ପଡିବ।

Related Posts