ବାର୍ଷିକ ରିପୋର୍ଟ କାର୍ଡ଼ ଉପସ୍ଥାପନା କଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବାର୍ଷିକ ରିପୋର୍ଟ କାର୍ଡ଼ ଉପସ୍ଥାପନା କଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ତୃତୀୟ ବର୍ଷର ବାର୍ଷିକ କାର‌୍ୟ୍ୟ ବିବରଣୀ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଜନସାଧାରଣଙ୍କ ପାଇଁ ଉପସ୍ଥାପନା କରିଛନ୍ତି ଅପରାଜିତା ଷଡ଼ଙ୍ଗୀ । ଜନ ସାଧାରଣଙ୍କ ଉନ୍ନତି, ଅଭିଯୋଗ ଶୁଣାଣି ଓ ସମାଧାନ କରିବା ଏବଂ ଜନସାଧାରଣଙ୍କ ନିକଟରେ ପହଞ୍ଚିବା ତାଙ୍କର ଲକ୍ଷ୍ୟ ବୋଲି ସେ କହିଛନ୍ତି । ସେପଟେ ଜନସାଧାରଣଙ୍କ ସହ ଆଲୋଚନା କରି ସଂସଦୀୟ କ୍ଷେତ୍ରର ଉନ୍ନତି ପାଇଁ ଲକ୍ଷ୍ୟ ଧାର‌୍ୟ୍ୟ କରି ଅନେକ କାର‌୍ୟ୍ୟ କରିଥିବା ବେଳେ ଅନେକ କାର‌୍ୟ୍ୟ ବାକି ରହିଥିବା କହିଛନ୍ତି ଅପରାଜିତା ।

ଜାତୀୟ ରାଜପଥ ସମ୍ବନ୍ଧୀୟ କାର‌୍ୟ୍ୟାବଳୀ ବିଷୟରେ ବିବରଣୀ ଦେଇଛନ୍ତି ଅପରାଜିତା । ସେହିପରି ଭୁବନେଶ୍ୱର ୱାର୍ଡ଼ ନମ୍ବର ୪ରେ ଭୁବନେଶ୍ୱର ନଗର ନିଗମ ଓ ଜାତୀୟ ରାଜପଥ କାର‌୍ୟ୍ୟକର୍ତ୍ତା ମାନଙ୍କର ସହଯୋଗରେ ୧୦ ଦଶମିକ ୨୦ କୋଟି ବ୍ୟୟରେ ୬ଟି ମୁଖ୍ୟ କେନାଲ କରାଯାଇଛି । ସାଂସଦ ପାଣ୍ଠିର ଉପଯୋଗ କରି ସଂସଦୀୟ କ୍ଷେତ୍ରରେ ସଭାଗୃହ, ପୁଷ୍କରଣୀ ପୁନରୁଦ୍ଧାର, ଶ୍ମଶାନର ଉନ୍ନତିକରଣ ତଥା ପିଇବା ପାଣିର ବ୍ୟବସ୍ଥା ଭଳି ଅନେକ ଉନ୍ନତି ମୂଳକ କାର‌୍ୟ୍ୟର ରିପୋର୍ଟ ଦେଇଛନ୍ତି ଅପରାଜିତା । ଏ ଖବର ସାମ୍ନାକୁ ଆସିବା ପରେ ଏନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି ।

Related Posts