ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଭବାନୀପାଟଣା ଓଡିଶା ଆଦର୍ଶ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗିରଫ

ଜଣେ ପ୍ରଧାନଶିକ୍ଷକଙ୍କ ନାଁ ରେ ଆସିଲା ସାଙ୍ଘାତିକ ଅଭିଯୋଗ | ଜଣେ ନବମ ଶ୍ରେଣୀର ଛାତ୍ରୀଙ୍କୁ ଅସଦାଚରଣ କରିବା ସହ ଅଶ୍ଳୀଳ ମେସେଜ ପଠାଇଥିବା ନେଇ ଆସିଛି ଅଭିଯୋଗ | ଗିରଫ ଭବାନୀପାଟଣାରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟର ପ୍ରଧାନଶିକ୍ଷକ ରାଜୀବ ଦତ୍ତା |

ପୋଲିସ ଅଭିଯୋଗକୁ ଭିର୍ତ୍ତି କରି ପ୍ରଧାନ ଶିକ୍ଷକଙ୍କୁ ଥାନାରେ ଅଟକ ରଖିଛନ୍ତି | ତଦନ୍ତ ଆରମ୍ଭ କରିଛି ପୋଲିସ । ପ୍ରାଥମିକ ତଦନ୍ତରୁ ଅଧ୍ୟକ୍ଷକୁ ଅଟକ ରଖି ପଚରାଉଚୁରା ପରେ ଶେଷରେ ଅଭିଯୁକ୍ତ ରାଜୀବ ଦତ୍ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି ।

Related Posts