ଭବାନୀ ଶଙ୍କର ଭୋଇ ହେବେ ନୂଆ ଉପବାଚସ୍ପତି !

ଭୁବନେଶ୍ୱର,୨୩/୭(ସତ୍ୟପାଠ ବ୍ୟୁରୋ):  ଓଡିଶା ବିଧାନସଭାର ନୂଆ ଉପବାଚସ୍ପତି ହେବେ ତଳସରା ବିଧାୟକ ଭବାନୀ ଶଙ୍କର ଭୋଇ। ଆଜି ଏ ନେଇ ବିଜେପି ତରଫରୁ ସୂଚନା ଦିଆଯାଇଛି। ଏଥିସହିତ ସେ ବିଧାନସଭା ପରିସରରେ ଥିବା ସଚିବାଳୟରେ ନିଜର ନାମାଙ୍କନ ଦାଖଲ କରିଛନ୍ତି। ସଂଖ୍ୟା ଦୃଷ୍ଟିରୁ ଭବାନୀ ଶଙ୍କର ହିଁ ହୋଇପାରନ୍ତି ପରବର୍ତ୍ତି ଉପବାଚସ୍ପତି।

ତେବେ ଭବାନୀ ଶଙ୍କର ତଳସରାରୁ ଦୁଇ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ।

Related Posts