ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ। ବିଧାୟକଙ୍କ କାର୍‌କୁ ଧକ୍କା ଦେଲା ଟ୍ରକ୍‌। ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକଙ୍କ କାର୍‌କୁ ଆଜି ସକାଳୁ ସକାଳୁ ଏକ ଟ୍ରକ୍‌ ସହ ସାମ୍ନା ସାମ୍ନି ଧକ୍କା ଦେଇଛି। ତେବେ ସ୍ୱଭାଗ୍ୟବଶତଃ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବିଧାୟକ ସଞ୍ଜୀବ ମଲ୍ଲିକ। ମିଳିଥିବା ସୂଚନା ଅନୁଯାୟୀ ଏହି ଦୁର୍ଘଟଣାରେ ବିଧାୟକଙ୍କ ଗାଡି କ୍ଷତିଗ୍ରସ୍ତ ହୋଇଥିବା ବେଳେ ବିଧାୟକ କିନ୍ତୁ ସୁରକ୍ଷିତ ଅଛନ୍ତି । 

ସୂଚନା ମୁତାବକ, ଆଜି ସକାଳୁ ବିଧାୟକ ମଲ୍ଲିକ ଭଦ୍ରକରୁ ଭୁବନେଶ୍ୱର ଫେରିବା ବାଟରେ ଜାରକା ପାଖରେ ଏହି ଦୁର୍ଘଟଣା ଘଟିଛି। ଜାରକା ନିକଟରେ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ ତାଙ୍କର କାରକୁ ସାମ୍ନାରୁ ଧକ୍କା ଦେଇଥିଲା। ‍ଫଳରେ  ବିଧାୟକଙ୍କ କାର୍‌ଟି ରାସ୍ତାରେ ଥିବା ଡିଭାଇଡର ଉପରକୁ ଚଢ଼ିଯାଇଥିଲା। ଏଥିସହ ବିଧାୟକଙ୍କ କାର୍ ଟି ପୁରା ପୁରି ଭାଙ୍ଗି ପୂରା ଚୁରମାର ହୋଇଯାଇଛି। 

ତେବେ ବିଧାୟକ ସଞ୍ଜୀବ ମଲ୍ଲିକଙ୍କୁ  ନିକଟସ୍ଥ ମେଡିକାଲରେ  ପ୍ରାଥମିକ ଚିକିତ୍ସା ଦିଆଯାଇଥିବା ସୂଚନା ମିଳିଛି । ସୌଭାଗ୍ୟ ବସତଃ ଗାଡି ଚାଳକ ଏବଂ ବିଧାୟକଙ୍କ ସହଯୋଗୀ ସୁରକ୍ଷିତ ଅଛନ୍ତି । ସେପଟେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ଟିକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି।  

Related Posts