କୁତବମିନାର ପୂର୍ବରୁ ଏକ ବିଷ୍ଣୁ ସ୍ତମ୍ଭ ଥିଲା; ତେଣୁ ଏହାର ନାମ ବଦଳାଇ ବିଷ୍ଣୁ ସ୍ତମ୍ଭ ରଖାଯାଉ: ହିନ୍ଦୁ ସଙ୍ଗଠନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବର୍ତ୍ତମାନ କୁତବମିନାର ନାମ ପରିବର୍ତ୍ତନ କରିବାର ଦାବି ଜୋର ଧରିଛି । ସେପଟେ ବର୍ତ୍ତମାନ ଯେଉଁଠାରେ କୁତବମିନାର ଅଛି ସେଠାରେ ୨୭ଟି ମନ୍ଦିର ଥିଲା। ଏହାକୁ ଭଙ୍ଗାଯାଇ ଏହି ସ୍ମାରକ ନିର୍ମାଣ କରାଯାଇଛି । ତେଣୁ ପୁଣି ମନ୍ଦିରର ପୁନଃନିର୍ମାଣ କରାଯାଇ ହିନ୍ଦୁମାନଙ୍କୁ ପୂଜା କରିବାକୁ ଅନୁମତି ଦିଆଯାଉ । କୁତବମିନାରରେ ପୂର୍ବରୁ ଏକ ‘ବିଷ୍ଣୁ ସ୍ତମ୍ଭ’ ଥିଲା । ତେଣୁ ଏହାର ନାମ ବଦଳାଇ ବିଷ୍ଣୁ ସ୍ତମ୍ଭ ରଖାଯାଉ ବୋଲି ଦାବି କରିଛନ୍ତି ହିନ୍ଦୁ ସଂଗଠନ ।

ଆଜି ହିନ୍ଦୁ ସଂଗଠନର ସଦସ୍ୟମାନେ କୁତବମିନାର ପରିସରରେ ହନୁମାନ ଚାଳିଶା ପାଠ କରିବା ସହ ନାମ ପରିବର୍ତ୍ତନ କରିବାକୁ ଦାବି କରିଛନ୍ତି । ଅନ୍ୟପଟେ ଆଜି ସକାଳୁ ହିନ୍ଦୁ ସଂଗଠନର ସଦସ୍ୟମାନେ ଏଭଳି ଢଙ୍ଗରେ ପ୍ରତିବାଦ କରିଛନ୍ତି । ହିନ୍ଦୁ ସଂଗଠନ ମହାକାଳ ମାନବ ସେବା ସଦସ୍ୟମାନେ କହିଛନ୍ତି ଯେ କୁତବମିନାରରେ ପ୍ରକୃତରେ ଏକ ବିଷ୍ଣୁ ସ୍ତମ୍ଭ ଥିଲା । ଜୈନ ଏବଂ ହିନ୍ଦୁ ମନ୍ଦିରଗୁଡ଼ିକୁ ଭାଙ୍ଗି ଏହାକୁ ନିର୍ମାଣ କରାଯାଇଥିଲା । ତେବେ ସୂଚନା ପାଇବା ମାତ୍ରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି କିଛି ଲୋକଙ୍କୁ ଗିରଫ କରିଥିଲା। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts