‘ବ୍ରିଟିଶ ଶାସନ ପୂର୍ବରୁ ୭୦ ପ୍ରତିଶତ ଭାରତୀୟ ଶିକ୍ଷିତ ଥିଲେ’: ବ୍ରିଟିଶଙ୍କ ଶିକ୍ଷା ବ୍ୟବସ୍ଥାକୁ ନେଇ ବର୍ଷିଲେ ମୋହନ ଭାଗବତ

ଭୁବନେଶ୍ଵର,୬/୩(ସତ୍ୟପାଠ ବ୍ୟୁରୋ): ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସଏସ)ର ମୁଖ୍ୟ ମୋହନ ଭାଗବତ ରୋଜଗାର ଏବଂ ଶିକ୍ଷା ସମ୍ବନ୍ଧରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ମୋହନ ଭାଗବତ କହିଛନ୍ତି ଯେ ବ୍ରିଟିଶ ଶାସନ ପୂର୍ବରୁ ଭାରତର ୭୦ ପ୍ରତିଶତ ଲୋକ ଶିକ୍ଷିତ ହୋଇଥିଲେ ଏବଂ ସେତେବେଳେ ଜାତି-ଜାତି ମଧ୍ୟରେ କୌଣସି ଭେଦଭାବ ନଥିଲା। ମୋହନ ଭଗବତ ଇନ୍ଦ୍ରି-କର୍ଣ୍ଣଲ ରାସ୍ତାରେ ଥିବା ଆତ୍ମା ​​ମନୋହର ଜୈନ ଆରାଧନା ମନ୍ଦିର ପରିସରରେ ଏକ ବହୁମୁଖୀ ଡାକ୍ତରଖାନା ଉଦ୍ଘାଟନ କରିବା ଅବସରରେ ତମାମ ବିବୃତ୍ତିି ରଖିଥିଲେ।

ମୋହନ ଭାଗବତ ବ୍ରିଟିଶ ଶାସନକୁ ନେଇ ମଧ୍ୟ ବିବତ୍ତି ରଖିଛନ୍ତି । ସେ କହିଛନ୍ତି , “ବ୍ରିଟିଶ ଶାସନ ପୂର୍ବରୁ ଭାରତର ୭୦% ଲୋକ ଶିକ୍ଷିତ ଥିଲେ ଏବଂ ସେତେବେଳେ ବେକାରୀ ସମସ୍ୟା ନଥିଲା। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ସେତେବେଳେ ବ୍ରିଟେନ ଜନସଂଖ୍ୟାର ମାତ୍ର ୧୭ ପ୍ରତିଶତ ଶିକ୍ଷିତ ଥିଲେ। କିନ୍ତୁ ବ୍ରିଟିଶମାନେ ସେମାନଙ୍କ ଶିକ୍ଷା ବ୍ୟବସ୍ଥା ଭାରତରେ ଲାଗୁ କଲେ ଏବଂ ଭାରତର ଶିକ୍ଷା ବ୍ୟବସ୍ଥାକୁ ବ୍ରିଟେନରେ ଲାଗୁ କରିଥିଲେ। ଫଳରେ ଭାରତର ସାକ୍ଷରତା ହାର ୧୭ ପ୍ରତିଶତ ହୋଇଯିବା ବେଳେ ବ୍ରିଟେନର ସାକ୍ଷରତା ହାର ୭୦ ପ୍ରତିଶତକୁ ବୃଦ୍ଧି ପାଇଥିଲା।

ମୋହନ ଭାଗବତ ଆହୁରି କହିଛନ୍ତି ଯେ, ବ୍ରିଟିଶ ଶାସନ ପୂର୍ବରୁ ଜାତି ଓ ବର୍ଣ୍ଣ ଆଧାରରେ କୌଣସି ଭେଦଭାବ ନଥିଲା କାରଣ ଆମର ଶିକ୍ଷା ବ୍ୟବସ୍ଥା ଲୋକମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ପ୍ରସ୍ତୁତ କରାଯାଇଥିଲା। ସେ କହିଛନ୍ତି ଯେ ବ୍ରିଟିଶମାନେ ଏଠାରେ ଇଂଲଣ୍ଡର ଶିକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରିଛନ୍ତି ଏବଂ ଆମ ଦେଶର ଶିକ୍ଷା ବ୍ୟବସ୍ଥାକୁ ଏକପ୍ରକାର ନଷ୍ଟ କରିଦାଇଛନ୍ତି କହିଲେ ଚଳେ। ଆମର ଶିକ୍ଷା ବ୍ୟବସ୍ଥା କେବଳ ରୋଜଗାର ପାଇଁ ନୁହେଁ ବରଂ ଜ୍ଞାନର ଏକ ମାଧ୍ୟମ ମଧ୍ୟ ଥିଲା। ଶିକ୍ଷା ଶସ୍ତା ଏବଂ ସମସ୍ତଙ୍କ ପାଇଁ ଉପଲବ୍ଧ ଥିଲା ତେଣୁ ସମାଜ ଶିକ୍ଷାର ସମସ୍ତ ଖର୍ଚ୍ଚ ବହନ କଲା ଏବଂ ଏହି ଶିକ୍ଷାରୁ ବାହାରିଥିବା ପଣ୍ଡିତ, କଳାକାର ଏବଂ କାରିଗରମାନେ ସମଗ୍ର ବିଶ୍ୱରେ ପରିଚୟ ପାଇଲେ।

ମୋହନ ଭାଗବତ କହିଛନ୍ତି ଯେ ଆଜିକାଲି ଆମ ଦେଶରେ ପରିସ୍ଥିତି ଏପରି ଯେ ଶିକ୍ଷା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ଯେକେହିବି କିଛି ବି କରିବାକୁ ପ୍ରସ୍ତୁତ, କାରଣ ଉଭୟ ଜିନିଷ ମହଙ୍ଗା ପଡିଛି। ସେ କହିଛନ୍ତି ଯେ ଆଜି ଶିକ୍ଷା ଏକ ବ୍ୟବସାୟରେ ପରିଣତ ହୋଇଛି ଏବଂ ଶିକ୍ଷା ଓ ସ୍ୱାସ୍ଥ୍ୟ ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ପହଞ୍ଚିବା ମଧ୍ୟ ଅତ୍ୟାବଶ୍ୟକ ଅଟେ। ତେଣୁ ଏହାକୁ ବ୍ୟବସାୟିକରଣ କରାଯାଉଛି ବୋଲି ଭାଗବତ କହିଛନ୍ତି।

ଏହି ଅବସରରେ ଦେଶର ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ମହଙ୍ଗା ସ୍ଥିତି ଉପରେ ଗୁରୁତ୍ୱ ଦେଇଥିଲେ ବାଗବତ। ସେ କହିଥିଲେ ଯେ ଦେଶ ପାଇଁ ଶିକ୍ଷା ଓ ସ୍ୱାସ୍ଥ୍ୟ ଅତି ଜରୁରୀ। ହେଲେ ଉଭୟ ଶିକ୍ଷା ଓ ସ୍ୱାସ୍ଥ୍ୟ ଖୁବ୍ ମହଙ୍ଗା ହୋଇଯାଇଛି। ସାଧାରଣ ଲୋକଙ୍କ ପାଖରେ ଏହି ଦୁଇଟି ସେବାକୁ ଶସ୍ତାରେ ପହଞ୍ଚାଇବାର ଆବଶ୍ୟକତା ରହିଛି। ସମସ୍ତଙ୍କ ମଙ୍ଗଳକାମାନା କରିବା ଆମର ସଂସ୍କୃତି ରହିଛି ବୋଲି ଭାଗବତ କହିଛନ୍ତି।

ସେ କହିଛନ୍ତି ‘ ଆମେ ସେମାନେ ନୋହୁଁ ଯେଉଁମାନେ କେବଳ ନିଜ ପାଇଁ ବଞ୍ଚନ୍ତି। ଆମ ସଂସ୍କୃତି ଓ ପରମ୍ପରାରେ ସର୍ବଜନ ହିତାୟ ସର୍ବଜନ ସୁଖାୟ(ସମସ୍ତଙ୍କର ହିତ ସାଧନ ଓ ସମସ୍ତଙ୍କ ମଙ୍ଗଳ କାମନା) ନୀତି ରହିଛି।’ ନିଜ ସୋସାଇଟିକୁ ମଜଭୁତ କରିପାରିଲେ ଲୋକେ ନିଜ ପାଖରେ ଉନ୍ନତୀ ଦେଖିପାରିବ ବୋଲି ଭାଗବତ କହିଛନ୍ତି।

Related Posts