ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଜା ପଟ୍ଟିର ସୀମାବର୍ତ୍ତୀ ଅଞ୍ଚଳକୁ ଗସ୍ତ କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ। ଏହି ଅବସରରେ ସେ ଗାଜାରେ ମୁତୟନ ଥିବା ଇସ୍ରାଏଲ ଡିଫେନ୍ସ ଫୋର୍ସ(IDF) ସୈନିକଙ୍କ ସହ କଥା ହୋଇଛନ୍ତି। ଯାହାର ଚିତ୍ର ଏବେ ସୋସାଲ ମିଡିଆ ଏକ୍ସରେ ସେୟାର କରାଯାଇଛି।
ଭିଡିଓରେ ଇସ୍ରାଏଲ ସେନାଙ୍କ ସହ ନେତାନ୍ୟାହୁ କଥା ହେଉଥିବାର ଦେଖିବାକୁ ମିଳୁଛି।ଆମେ ସମସ୍ତେ ପ୍ରସ୍ତୁତ ଅଛୁ ବୋଲି କୁହାଯାଇଛି। ଇସ୍ରାଏଲ ମୁଖ୍ୟ ଆଗାମୀ ଷ୍ଟେଜ୍ ପାଇଁ ପ୍ରସ୍ତୁତ ତ ବୋଲି କହୁଛନ୍ତି। ଆଗାମୀ ଷ୍ଟେଜ୍(ନିର୍ଦ୍ଦେଶ) ଆସୁଛି। ହମାସର ଅଲ ଆକ୍ୱସା ଫ୍ଲଡ୍ ବ୍ୟାଟଲକୁ ପରାହତ କରିବା ପାଇଁ ଇସ୍ରାଏଲର ଅପରେସନ ଆଇରନ୍ ସ୍ୱର୍ଡ୍ସ ଯେପରି ପ୍ରତିଜ୍ଞାବଦ୍ଧ ହେବାକୁ କୁହାଯାଉଛି।
୨୪ ଘଣ୍ଟା ମଧ୍ୟରେ ଉତ୍ତର ଗାଜାକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଗାଜାବାସୀ ଏହି ଅଞ୍ଚଳ ଖାଲି କରିବା କରନ୍ତୁ ଯାହା ଦ୍ୱାରା ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ। ଏହାର ଡେଡ୍ଲାଇନ୍ ସରିବାକୁ ବସିଥିବା ବେଳେ ଇସ୍ରାଏଲ ପରବର୍ତ୍ତୀ ପନ୍ଥା କଣ ଆପଣାଇବ, ତାହାକୁ ବିଶ୍ୱବି ଚିନ୍ତାରେ ପଡ଼ିଛି।
ଏହି ଅଞ୍ଚଳରେ ୧୧ ଲକ୍ଷ ଲୋକ ବାସ କରନ୍ତି। ଇସ୍ରାଏଲର ଏହି ନିଷ୍ପତ୍ତି ଉପରେ ଜାତିସଂଘ ମୁଖପାତ୍ର ଷ୍ଟିଫେନ୍ ଡୁଜାରିକ୍ କହିଛନ୍ତି ଯେ ଏହି ଆଦେଶର ପରିଣାମ ବିନାଶକାରୀ ହେବ। ବିନାଶକାରୀ ପରିଣାମ ବିନା ଏହା ଅସମ୍ଭବ। ଇସ୍ରାଏଲ୍ ସେନା କହିଛି ଯେ ଗାଜା ସହର ତଳେ ଥିବା ଟନେଲରେ ଲୁଚି ରହିଛନ୍ତି ହମାସ ଆତଙ୍କବାଦୀ। ସେଥିପାଇଁ ଗାଜାବାସୀଙ୍କୁ ସେଠାକାର ଜାଗା ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।