ବସୁନ୍ଧରା ଜମି ଜାଲିଆତି : ଭିଜିଲାନ୍ସ ପକ୍ଷରୁ ୬ ଅବସରପ୍ରାପ୍ତ ଅଧିକାରୀଙ୍କ ଘରେ ଚଢ଼ାଉ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ବସୁନ୍ଧରା ଜମି ଜାଲିଆତି ମାମଲାରେ ଭିଜିଲାନ୍ସ ପକ୍ଷରୁ ବଡ ଧରଣର ଚଢ଼ାଉ ଜାରି ରହିଛି । ଭିଜିଲାନ୍ସର ୯ଟି ଟିମ୍‌ ଏହି ଚଢାଉରେ ସାମିଲ ଅଛନ୍ତି। ଟିମ୍‌ରେ ଜଣେ ଅତିରିକ୍ତ ଏସ୍‌ପି, ୧୧ ଜଣ ଡିଏସ୍‌ପି, ୬ ଇନ୍ସପେକ୍ଟର, ଜଣେ ପୂର୍ବତନ ସବ୍‌କଲେକ୍ଟରଙ୍କ ସହ ୬ ଜଣ ଅଧିକାରୀଙ୍କ ଘରେ ଚଢାଉ ଚାଲିଛି। ଭିଜିଲାନ୍ସ ବିଭାଗ ପକ୍ଷରୁ ମାମଲା ରୁଜୁ ହୋଇଛି।

ମିଳିଥିବା ସୂଚନା ମୁତାବକ ଭୁବନେଶ୍ୱର, କଟକ, ଭଦ୍ରକ ଓ ଜଗତସିଂହପୁରରେ ଏହି ଚଢ଼ାଉ ଜାରି ରହିଛି।ଅବସରପ୍ରାପ୍ତ ଓଏସ୍ ଓ ଆରଆଇଙ୍କ ସହ ଅତିରିକ୍ତ ଜିଲ୍ଲାପାଳ ଓ ତହସିଲଦାରଙ୍କ ଘରେ ଚଢାଉ କରୁଛି ଭିଜିଲାନ୍ସ ଟିମ । ତେବେ ଏହି  ୬ ଅଧିକାରୀଙ୍କ ମଧ୍ୟରେ ପୂର୍ବତନ ତିହିଡ ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା, ପୂର୍ବତନ ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ପ୍ରସାଦ ମହାନ୍ତୀ, ପୂର୍ବତନ ଝିମାଣି ଆର.ଆଇ ସନ୍ତୋଷ କୁମାର ମଲିକ, ପୂର୍ବତନ ପାରାଦ୍ବୀପ ଆର.ଆଇ ନରେନ୍ଦ୍ର କୁମାର ଲେଙ୍କା, ପୂର୍ବତନ ଆର.ଆଇ କୁଜଙ୍ଗ ସୁବାଶ ଚନ୍ଦ୍ର ଦାସ, ପୂର୍ବତନ ଆର.ଆଇ ପାଣ୍ଡୁଆ ଜ୍ୟୋତି ଭୂଷଣ ବାରିକଙ୍କ । 

ଆର୍ଥିକ ଅନିୟମିତତା, ଜାଲିଆତି ଓ ଅପରାଧିକ ଷଡ଼ଯନ୍ତ୍ର ନେଇ ରେଡ଼୍ ହୋଇଥିବା ସୂଚନା ମିଳିଛି । ଭିଜିଲାନ୍ସ ଦୁର୍ନୀତି ନିବାରଣ ସଂଶୋଧନ ଅଧିନିୟମ, ୨୦୧୮ ର ଧାରା 13 (2), 13(1)(a) ଆଧାରରେ ଏକ ମାମଲା ରୁଜୁ କରିଥିଲା ​​ଏବଂ ଆଇପିସିର ଧାରା 466/409/120-B ରେ ମାମଲା ରୁଜୁ କରିଥିଲା।  ତେବେ ବର୍ତ୍ତମାନ ସୁଦ୍ଧା ଚଢାଉ ଜାରି ରହିଥିବା ସୂଚନା ମିଳିଛି। 

Related Posts