ବାଚସ୍ପତି ନିର୍ବାଚନ: ନାମାଙ୍କନ ଭରିଲେ ବିକ୍ରମ କେଶରୀ ଆରୁଖ

ଭୁବନେଶ୍ବର: ବାଚସ୍ପତି ନିର୍ବାଚନ ଲାଗି ନିର୍ବାଚନ ବିଗୁଲ ବାଜି ସାରିବା ପରେ ଆଜି ନାମାଙ୍କନ ଭରିଛନ୍ତି ବିକ୍ରମ କେଶରୀ ଆରୁଖ । ସେ ବିଧାନସଭା ସଚିବଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ଆସନ୍ତା ୧୩ ତାରିଖରେ ନିର୍ବାଚିତ ହେବେ ନୂଆ ବାଚସ୍ପତି । ପୂର୍ବରୁ ବିକ୍ରମ କେଶରୀ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ମନ୍ତ୍ରୀ ଥିଲେ । ବିକ୍ରମ କେଶରୀ ଆରୁଖ ନାମାଙ୍କନ ପତ୍ର ଦାଖଲ ସମୟରେ ବିଜେଡିର ବିଭିନ୍ନ ବରିଷ୍ଠ ନେତା ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ ଯେ ମନ୍ତ୍ରିମଣ୍ଡଳ ଅଦଳବଦଳ ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତ ମନ୍ତ୍ରୀ, ବାଚସ୍ପତିଙ୍କର ଇସ୍ତଫା ମାଗିଥିବା ବେଳେ ଜୁନ୍‌ ୪ରେ ସୂର୍ଯ୍ୟନାରାୟଣ ପାତ୍ର ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ। ଶ୍ରୀ ପାତ୍ର ବିଜେଡି ସରକାରର ପଞ୍ଚମ ପାଳିରେ ପ୍ରାୟ ତିନିବର୍ଷ ପାଇଁ ବାଚସ୍ପତି ଭାବେ କାର୍ଯ୍ୟ କରିଥିଲେ।

Related Posts