ସିପିଆଇ-ଏମ ପ୍ରାର୍ଥୀଙ୍କୁ ବହୁମତରେ ହରାଇଲେ ବାବୁଲ ସୁପ୍ରିଓ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସିପିଆଇ-ଏମ ପ୍ରାର୍ଥୀଙ୍କୁ ବହୁମତରେ ହରାଇଲେ ବାବୁଲ ସୁପ୍ରିଓ । ତୃଣମୂଳ ସହ ମୁଖ୍ୟତଃ ସିପିଆଇ-ଏମର ପ୍ରତିଦ୍ୱନ୍ଦ୍ୱୀତା ହୋଇଥିଲା। ମାକପା ପ୍ରାର୍ଥୀ ସାଇରା ଶାହ ହଲୀମଙ୍କୁ ୩୦ ହଜାର ୯୭୧ଟି ଭୋଟ ମିଳିଥିବା ବେଳେ ଟିଏମସି ପ୍ରାର୍ଥୀ ବାବୁଲ ସୁପ୍ରିଓଙ୍କୁ ୫୧ ହଜାର ୧୯୯ଟି ଭୋଟ ମିଳିଛି। ଫଳରେ ହଲିମ ୨୦ ହଜାର ୨୨୮ ଭୋଟରେ ପରାସ୍ତ ହୋଇଛନ୍ତି। ବେଙ୍ଗଲରେ ଏବେ ବିଜେପି ଆଉ ଦୁଇ ନମ୍ବର ଦଳ ହୋଇ ନଥିବା ଏହି ଉପନିର୍ବାଚନ ଫଳାଫଳରୁ ଜଣାପଡିଛି। ଏଠାରେ ବିଜେପି ପ୍ରାର୍ଥୀ କେୟା ଘୋଷଙ୍କୁ ୧୩ ହଜାର ୨୨୦ଟି ଭୋଟ ମିଳିଛି। ଉପନିର୍ବାଚନରେ ସିପିଆଇ-ଏମ ପ୍ରାର୍ଥୀ ହୋଇଥିବା ସାଇରା ଶାହ ହଲୀମ ବଲିଉଡ ଅଭିନେତା ନାଳିରୁଦ୍ଦିନ ଶାହଙ୍କ ଝିଆରୀ।

ନିର୍ବାଚନରେ ଯଦିଓ ନାଶିରୁଦ୍ଦିନ ଶାହ ସାଇରାଙ୍କ ଲାଗି ପ୍ରଚାର କରିନଥିଲେ ତଥାପି ନିର୍ବାଚନ ପୂର୍ବରୁ ଏକ ଭିଡିଓ ସେୟାର କରି ତାଙ୍କପ୍ରତି ନିଜର ସମର୍ଥନ ଜଣାଇଥିଲେ। ଏହି ଭିଡିଓରେ ନାଶିରୁଦ୍ଦିନ ଶାହ ଲୋକଙ୍କୁ ସାଇରାଙ୍କୁ ଭୋଟ ଦେବାକୁ ନିବେଦନ ମଧ୍ୟ କରିଥିଲେ। ନାଶିରୁଦ୍ଦିନ ଶାହ ତାଙ୍କ ଭିଡିଓରେ ମତଦାତାଙ୍କୁ ସେମାନଙ୍କ ବିକଳ୍ପ ସେମାନଙ୍କ ସମ୍ମୁଖରେ ସମ୍ପୂର୍ଣ୍ଣ ସ୍ପଷ୍ଟ ବୋଲି କହିଥିଲେ। ଏପରି ଜଣେ ବ୍ୟାକ୍ତିଙ୍କୁ ନିଜର ପ୍ରତିନିଧି ବାଛନ୍ତୁ ଯିଏ କେବେଳ ପ୍ରତିଶ୍ରୁତି ନୁହେଁ ଲୋକଙ୍କ ସହ ରହି ସେମାନଙ୍କ ସମସ୍ୟା ସମାଧାନ କରୁଥିବ। ଏପରି ଅବସରବାଦୀଙ୍କୁ ଭୋଟ ଦିଅନ୍ତୁନି ଯେଉଁମାନେ ଭୋଟ ପାଇ ଜିତିଯିବା ପରେ ଆପଣମାନଙ୍କୁ ଭୁଲିଯିବେ ବୋଲି କହିଥିଲେ। କେବଳ ନାଶିରୁଦ୍ଦିନ ଶାହ ନୁହନ୍ତି ତାଙ୍କ ପତ୍ନୀ ରତ୍ନା ପାଠକ ମଧ୍ୟ ଭିଡିଓ ସେୟାର କରି ତାଙ୍କ ଝିଆରୀଙ୍କ ସମର୍ଥନରେ ପ୍ରଚାର କରିଥିଲେ। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts