(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କାବୁଲକୁ ଅକ୍ତିଆରକୁ ନେଵା ପରେ ଆକ୍ସନ୍ ମୋଡ୍ ରେ ତାଲିବାନ। ଶାସନ କ୍ଷମତାକୁ ଫେରିବା ପରେ ପ୍ରଥମ ଥର ପାଇଁ ଆଫଗାନିସ୍ତାନ କ୍ରିକେଟ ବୋର୍ଡର ନୂଆ ଅଧ୍ୟକ୍ଷ ବାଛିଛି ତାଲିବାନ । ଅସ୍ଥାୟୀ ଅଧ୍ୟକ୍ଷ ଭାବେ ଅଜିଜୁଲ୍ଲା ଫଜଲିଙ୍କୁ ନିଯୁକ୍ତ କରାଯାଇଛି ।
ପୂର୍ବରୁ ଫଜଲି ୨୦୧୮ ସେପ୍ଟେମ୍ବରରୁ ୨୦୧୯ ଜୁଲାଇ ପର୍ଯ୍ୟନ୍ତ ଆଫଗାନିସ୍ତାନ କ୍ରିକେଟ ବୋର୍ଡ (ଏସିବି) ର ଅଧ୍ୟକ୍ଷ ଥିଲେ । ଏସିବିର ଆଗାମୀ ପ୍ରତିଯୋଗିତା ଦ୍ୱାୟିତ୍ୱ ଏବେ ଫଜଲି ତୁଲାଇବେ । ସେ ବିଦେଶ ଗସ୍ତରେ ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡର ମୁଖ୍ୟ ହେବେ ଓ ଆଗାମୀ ଟୁର୍ଣ୍ଣାମେଂଟରେ ଆଫଗାନିସ୍ତାର ଦାୟିତ୍ୱ ତୁଲାଇବେ ବୋଲି କୁହାଯାଇଛି ।
ଏସିବି ଟୁଇଟ୍ କରି କହିଛନ୍ତି, “ଏସିବିର ପୂର୍ବତନ ଅଧ୍ୟକ୍ଷ ଅଜିଜୁଲ୍ଲା ଫଜଲିଙ୍କୁ ବୋର୍ଡର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ସେ ଆଗାମୀ ପ୍ରତିଯୋଗିତା ପାଇଁ ACB ର ନେତୃତ୍ୱ ନେବା ସହିତ ବୋର୍ଡର କାର୍ଯ୍ୟର ତଦାରଖ କରିବେ । ଏସିବି ସିଇଓ (ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ) ହମିଦ ସିନ୍ୱାରୀ ଏହି ସପ୍ତାହ ପୂର୍ବରୁ କହିଥିଲେ ଯେ ତାଲିବାନ ଏହି ଖେଳକୁ ସମର୍ଥନ କରୁଥିବାରୁ କ୍ରିକେଟ୍ କାର୍ଯ୍ୟକଳାପ ପୂର୍ବପରି ଜାରି ରହିବ ବୋଲି ସେ ଆଶା କରୁଛନ୍ତି।”
ପୂର୍ବରୁ ଏସିବିର ପୂର୍ବ କାର୍ଯ୍ୟନିର୍ବାହୀ ହମିଦ୍ ସିନୱାରୀ କହିଥିଲେ, ଦେଶରେ କ୍ରିକେଟ୍ ପ୍ରଭାବିତ ହେବ ନାହିଁ । କାରଣ ତାଲିବାନ କ୍ରିକେଟକୁ ଭଲ ପାଏ । କାବୁଲକୁ ସମସ୍ତ ବ୍ୟବସାୟିକ ବିମାନ ବାତିଲ ହୋଇଥିବା ବେଳେ ଏବେ ଏସିବି ପାଇଁ ଜାତୀୟ ଦଳର ଶ୍ରୀଲଙ୍କା ଗସ୍ତ ବଡ ଆହ୍ୱାନ ସୃଷ୍ଟି କରିଛି ।