
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଆଜାମ ଖାନ ଓ ତାଙ୍କ ପୁଅ ଅବଦୁଲ୍ଲା ଖାନକୁ ମିଳିଲା ଆଶ୍ୱସ୍ତି । ମଧ୍ୟବର୍ତ୍ତୀକାଳୀନ ଆଦେଶରେ ସୁପ୍ରିମକୋର୍ଟ ବିଶିଷ୍ଟ ସମାଜବାଦୀ ପାର୍ଟି ନେତା ଆଜାମ ଖାନ ଏବଂ ତାଙ୍କ ପୁଅ ଅବଦୁଲ୍ଲା ଖାନଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଏହା ସହ ଚାରି ସପ୍ତାହ ମଧ୍ୟରେ ଏହି ମାମଲାରେ ଅଭିଯୋଗକାରୀଙ୍କ ବିବୃତ୍ତି ରେକର୍ଡ କରିବା ପରେ ଉତ୍ତରପ୍ରଦେଶର ସଂପୃକ୍ତ ନିମ୍ନ ଅଦାଲତଙ୍କୁ ଜାମିନରେ ଛାଡ଼ିବାକୁ ସୁପ୍ରିମକୋର୍ଟ କହିଛନ୍ତି। ତେବେ ଆଜାମ ଖାନ ଓ ତାଙ୍କ ପୁଅ ନକଲି ପାନ କାର୍ଡ ମାମଲା ସହିତ ଜଡିତ ଥିଲେ । ଅପରିପକ୍ଷରେ ଆହ୍ଲାବାଦ ହାଇକୋର୍ଟ ଜାମିନ ନାମଞ୍ଜୁର ହେବା ପରେ ସାଂସଦ ଆଜାମ ଖାନ ଏବଂ ତାଙ୍କ ପୁଅ ଅବଦୁଲ୍ଲା ଆଜମ ସୁପ୍ରିମକୋର୍ଟରେ ଜାମିନ ଆବେଦନ କରିଥିଲେ।
ଅବଦୁଲ୍ଲା ଆଜାମଙ୍କ ଦୁଇଟି ପ୍ୟାନ କାର୍ଡ ଏବଂ ପାସପୋର୍ଟ ମାମଲାରେ କୋର୍ଟ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ । ଅନ୍ୟପଟେ ଏହି ଦୁଇଟି ମାମଲା ପଶ୍ଚିମ ଉତ୍ତରପ୍ରଦେଶ ବିଜେପିର କ୍ଷୁଦ୍ର ଶିଳ୍ପ ସେଲର ସଂଯୋଜକ ଆକାଶ ସକ୍ସେନାଙ୍କ ଦ୍ୱାରା କରାଯାଇଥିଲା । ଅବଦୁଲ୍ଲା ଆଜାମଙ୍କର ଦୁଇଟି ଜନ୍ମ ପ୍ରମାଣପତ୍ର ପାଇବା ମାମଲାରେ ସାଂସଦ ଆଜାମ ଖାନ ଏବଂ ଅବଦୁଲ୍ଲାଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଥିଲା । ଯେଉଁଥିରେ ଆଜାମ ଖାନଙ୍କ ପତ୍ନୀ ନଗର ବିଧାୟକ ଡକ୍ଟର ତାଜିନ୍ ଫାତିମାଙ୍କ ନାମ ମଧ୍ୟ ନାମିତ ହୋଇଥିଲା ।
ଏହା ବ୍ୟତୀତ ପାସପୋର୍ଟ ଏବଂ ପ୍ୟାନ କାର୍ଡରେ ଦୁଇଟି ଜନ୍ମ ତାରିଖ ଦେଖାଇଥିବାର ଅଭିଯୋଗ ହେତୁ ଏହି ରିପୋର୍ଟ ଦାଖଲ କରାଯାଇଥିଲା। ଏହି ମାମଲାର ଶୁଣାଣିରେ ଅଭିଯୁକ୍ତଙ୍କ ଜାମିନ ଆବେଦନ ପ୍ରତ୍ୟାଖ୍ୟାନ କରାଯାଇଥିଲା, ଯେଉଁଥିପାଇଁ ଆଜାମ ଏବଂ ତାଙ୍କ ପୁଅ ଅବଦୁଲ୍ଲା ସୁପ୍ରିମକୋର୍ଟଙ୍କ ନିକଟରେ ପହଞ୍ଚିଥିଲେ।