ବିଧାନସଭା ଅଧିବେଶନ: ଶୂନ୍ୟକାଳରେ ଉଠିଲା ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ପ୍ରସଙ୍ଗ

ଭୁବନେଶ୍ବର : ଆରମ୍ଭ ହୋଇଛି ବିଧାନସଭା ଅଧିବେଶନ । ତେବେ ଶୂନ୍ୟକାଳରେ ପୁଣି ଥରେ ବିରୋଧି ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ପ୍ରସଙ୍ଗ ଉଠାଇଛନ୍ତି । ଏଥିସହ ଏହି ଘଟଣାର ସିବିଆଇ ତଦନ୍ତ ଦାବି କରିଛି ବିଜେପି । ପ୍ରସଙ୍ଗରେ ଗୃହରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ବିବୃତି । ସେ କହିଲେ, ଏହା ଏକ ସ୍ପର୍ଶକାତର ବିଷୟ । ସରକାରଙ୍କର ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ଉଚ୍ଚଶିକ୍ଷା ବିଭାଗର ଅନୁଶାସନ ଉପରେ ଅଙ୍ଗୁଳି ଉଠାଇଛି । ଏଥିରେ ସମ୍ପୂର୍ଣ୍ଣ ଭାବେ ସରକାରଙ୍କ ଅପାରଗତା ସାମ୍ନାକୁ ଆସିଛି । ରାଜ୍ୟରେ ଶିକ୍ଷା ଅନୁଷ୍ଠାନ ମରଣଯନ୍ତା ପାଲଟିଛି ।

କେବଳ ବିଜେବି କଲେଜ ରାଜ୍ୟର ଅନେକ କଲେଜରେ ମଧ୍ୟ ରାଗିଂ ହେଉଛି । ସୁପରିଟେଣ୍ଡ ଝୁମୁକି ରଥ କେମିତି ଏହି ଘଟଣା ଜାଣିପାରିଲେ ନାହିଁ । କେଉଁ ତିନି ଜଣ ସିନିୟର ଚାପ ପକାଉଥିଲେ ଶିକ୍ଷକଙ୍କ ପାଖରେ ଟିଉସନ ହେବାକୁ, ତାଙ୍କ ଉପରେ ଆକ୍ସନ ନିଆଯାଉ । ୨୦୨୧-୨୨ ଓଡିଶାରୁ ୪୦ଟି ମାମଲା ୟୁଜିସି ପାଖରେ ଦାଖଲ ହୋଇଛି । ସେ ରିପୋର୍ଟ ଆସିବା ପରେ ମଧ୍ୟ ସରକାର ଚୁପ୍ ବସି ଯାଇଛନ୍ତି । ରାଗିଂକୁ ରୋକିବା ପାଇଁ ସ୍ବତନ୍ତ୍ର ନୂଆ କଡା ଆଇନ ଆଣିବେ କି ରାଜ୍ୟ ସରକାର । ରାଗିଂ ପାଇଁ ରାଜ୍ୟରେ ଆତ୍ମହତ୍ୟା ପ୍ରବଣତା ବଢୁଛି ।

୫ ବର୍ଷରେ ୩ ହଜାର ୧୦୦ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି ।

Related Posts