ଯେହେତୁ ମୁଁ ଆରଏସଏସ ବିରୋଧରେ କହୁଛି ସେମାନେ ମୋତେ ଚୁପ କରିବାକୁ ଚାହୁଁଛନ୍ତି: ଜିଗ୍ନେଶ ମେଭାନି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଗୁଜୁାରାଟରେ ଚଳତି ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏନେଇ ବର୍ତ୍ତମାନ ଠାରୁ ଅନେକ ରାଜନୈତିକ ଦଳ ଗୁଜୁରାଟରେ ଶକ୍ତି ପ୍ରଦର୍ଶନ କରିବାରେ ଲାଗିଛନ୍ତି । ଏହା ମଧ୍ୟରେ ଗୁଜୁରାଟର ସ୍ୱାଧୀନ ବିଧାୟକ ଜିଜେ୍ଞଶ ମେଭାନୀଙ୍କ ବଡ଼ ବୟାନ ସାମ୍ନାକୁ ଆସିଛି । ତେବେ ଗୁଜୁରାଟ ବିଧାନସଭା ନିର୍ବାଚନରେ କଂଗ୍ରେସ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବରେ କୌଣସି ଚେହେରା ପ୍ରୋଜେକ୍ଟ କରିବ ନାହିଁ ବୋଲି ଗୁଜୁରାଟର ଜିଗ୍ନେଶ ମେଭାନୀ କହିଛନ୍ତି । ଏହା ସହ ସେଠାରେ ଏକ ‘ମିଳିତ ନେତୃତ୍ୱ’ ଦୀର୍ଘ ଦିନର ଶାସକ ବିଜେପିକୁ କଡ଼ା ମୁକାବିଲା କରିବ ବୋଲି କହିଛନ୍ତି । ସେପଟେ ଦଳିତ ନେତା ଜିଗ୍ନେଶ ମେଭାନି ଆନୁଷ୍ଠାନିକ ଭାବେ କଂଗ୍ରେସରେ ଯୋଗ ଦେଇନାହାଁନ୍ତି, କିନ୍ତୁ ସେ ଦଳ ସହ ଘନିଷ୍ଠ ଭାବରେ କାର୍ୟ୍ୟ କରୁଛନ୍ତି। ଅନ୍ୟପଟେ ଜିଗ୍ନେଶ ମେଭାନୀ କହିଛନ୍ତି, “ଯଦି ଗୁଜରାଟରେ ନିର୍ବାଚନରେ କଂଗ୍ରେସ ଜିତେ, ତେବେ ଦଳ ସରକାରଙ୍କୁ ନେତୃତ୍ୱ ଦେବା ପାଇଁ ଜନ ଆନ୍ଦୋଳନରୁ ମୁଖ ସୃଷ୍ଟି କରିବା ଉଚିତ୍।

କେରଳର ଥ୍ରିକ୍କରା ବିଧାନସଭା ଆସନରେ ବାଇପୋଲରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା କଂଗ୍ରେସ ପ୍ରାର୍ଥୀ ପାଇଁ କୋଚିରେ ପହଞ୍ଚିଥିବା ମେଭାନି ଗୁଜୁରାଟରେ ସିଏମ୍ ପଦବୀ ପାଇଁ ଦୈଡ଼ରେ ନାହାଁନ୍ତି ବୋଲି ସ୍ପଷ୍ଟ କରିଛନ୍ତି। ନିକଟରେ ଆସାମ ପୋଲିସ ଜିଗ୍ନେଶ ମେଭାନୀଙ୍କୁ ଗିରଫ କରିଥିଲା । ବିଜେପି ଲୋକମାନଙ୍କର ଚିନ୍ତାଧାରା ପ୍ରତି ଧ୍ୟାନ ଦିଏ ନାହିଁ । ସେମାନେ ସମ୍ବିଧାନ ପ୍ରତି ଧ୍ୟାନ ଦିଅନ୍ତି ନାହିଁ, ସେମାନେ ଆଇନର ନିୟମ ପ୍ରତି ଧ୍ୟାନ ଦିଅନ୍ତି ନାହିଁ ଜ୍ଝ ଯେହେତୁ ମୁଁ ମୋଦୀ ଏବଂ ରାଷ୍ଟ୍ରିୟ ସ୍ୱୟଂସେବକ ସଂଗଠନ (ଆରଏସଏସ) ବିରୁଦ୍ଧରେ କହୁଛି, ସେମାନେ ମୋତେ ଏକ ଶିକ୍ଷା ଦେବାକୁ ଚାହୁଁଛନ୍ତି। ସେମାନେ ମୋତେ ଚୁପ୍ କରିବାକୁ ଚାହୁଁଛନ୍ତି ଜ୍ଝ ଏହା ହେଉଛି ବଦଲା ରାଜନୀତି ବୋଲି କହିଛନ୍ତି । ସେପଟେ କଂଗ୍ରେସରୁ ପାଟିଦାର ସମ୍ପ୍ରଦାୟର ନେତା ହାର୍ଦ୍ଦିକ ପଟେଲଙ୍କ ଇସ୍ତଫା ଦଳ ଉପରେ ଅଧିକ ପ୍ରଭାବ ପକାଇ ନାହିଁ ବୋଲି ଜିଗ୍ନେଶ ମେଭାନୀ ଦାବି କରିଛନ୍ତି।

Related Posts