ଉଦ୍ଧବ ସରକାରଙ୍କ ଉପରେ ସଙ୍କଟ ପଡ଼ିଥିବାରୁ ୧୧ଥର ହନୁମାନ ଚାଳିଶା ପଢ଼ିଲେ ନବନୀତ ରାଣା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଉଦ୍ଧବ ସରକାରଙ୍କ ଉପରେ ସଙ୍କଟ ପଡ଼ିଥିବାରୁ ୧୧ଥର ହନୁମାନ ଚାଳିଶା ପଢ଼ିଲେ ନବନୀତ ରାଣା । କେବଳ ପ୍ରଭୁ ହନୁମାନ ହିଁ ମହାରାଷ୍ଟ୍ରକୁ ବଞ୍ଚାଇପାରିବେ ବୋଲି ମୁଁ ଆଶା କରୁଛି। ଅନ୍ୟ କାହା ପାଇଁ ନୁହେଁ ତାଙ୍କ କର୍ମ ପାଇଁ ହିଁ ଉଦ୍ଧବ ସରକାର ଗାଦିଚ୍ୟୁତ ହେବେ। ମହାରାଷ୍ଟ୍ର ନିର୍ବାଚନରେ ଶିବସେନା ଏବଂ ଏନ୍ସିପି ୨ଟି ଲେଖାଏଁ ଆସନ ହାତେଇଥିବା ବେଳେ ୫ଟି ଆସନ ଜିତିଥିଲା ଭାରତୀୟ ଜନତା ପାର୍ଟି। ବିଜେପିର ବିଧାୟକ ସଂଖ୍ୟା କମ୍ ରହିଥିବା ବେଳେ ସମସ୍ତ ପ୍ରାର୍ଥୀଙ୍କ ବିଜୟ କ୍ରସ ଭୋଟିଂ ବଳରେ ହୋଇଛି ବୋଲି ଆକଳନ କରାଯାଉଛି।

ଏହି ପରିପ୍ରେକ୍ଷୀରେ ଶିବସେନା ବିଧାୟକମାନେ ଦଳବଦ୍ଧ ଭାବେ ଆତ୍ମଗୋପନ କରିବା ରାଜନୈତିକ ହଟଚମଟ ସୃଷ୍ଟି କରିଛି। ଏମଏଲସି ନିର୍ବାଚନରେ କ୍ରସ ଭୋଟିଂ ପରେ ମନ୍ତ୍ରୀ ତଥା ବରିଷ୍ଠ ଶିବସେନା ନେତା ଏକନାଥ ସିନ୍ଦେ ଗୁଜରାଟର ସୁରଟକୁ ଚାଲିଯାଇଛନ୍ତି। ସିନ୍ଦେ ଦାବି କରିଛନ୍ତି ଯେ ତାଙ୍କ ପାଖରେ ୨୦ ଜଣ ବିଧାୟକଙ୍କ ସମର୍ଥନ ରହିଛି। ଏମଧ୍ୟରେ ଆଗକୁ ମହାରାଷ୍ଟ୍ରର ଭବିଷ୍ୟତ କ’ଣ ହେବ, ତାହା କହିବା ଅସମ୍ଭବ ହୋଇପଡ଼ିଛି।

Related Posts