ଆଜି ଇଡିରେ ହାଜର ହେବେନି ଅରବିନ୍ଦ କେଜ୍ରିୱାଲ; ନୋଟିସ ପଛରେ BJPର ହାତ ଥିବା ଆଣିଲେ ଅଭିଯୋଗ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆଜି ପ୍ରବର୍ତ୍ତନ ନିର୍ଦେଶାଳୟ ବା ଇଡିରେ ହାଜର ହେବେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ତାଙ୍କୁ ସମନ୍ ପଠାଇଥିଲା ଇଡି। ଆଜି କେଜ୍ରିୱାଲଙ୍କୁ ଜେରା ହେବାକୁ ଥିବାବେଳେ ସେ ହାଜର ହେବେନି ବୋଲି ମନା କରିଛନ୍ତି। ଏହାସହିତ ହାଜର ହେବାକୁ ନିଜ ଓକିଲଙ୍କ ଜରିଆରେ ଅଧିକ ସମୟ ମାଗିଛନ୍ତି କେଜ୍ରିୱାଲ ।

ପ୍ରତିକ୍ରିୟା ରଖି EDର ନୋଟିସକୁ ବେଆଇନ ଓ ରାଜନୈତିକ ପ୍ରଣୋଦିତ କହିଛନ୍ତି କେଜ୍ରିୱାଲ | ସେ ଅଭିଯୋଗ କରିଛନ୍ତି ଯେ, ଏହି ନୋଟିସ ପଛରେ BJPର ହାତ ରହିଛି | ନିର୍ବାଚନ ପ୍ରଚାରରୁ ଦୂରେଇ ରଖିବାକୁ ଏଭଳି ନୋଟିସ କରାଯାଇଛି | ED ତୁରନ୍ତ ନୋଟିସ ପ୍ରତ୍ୟାହାର କରୁ ବୋଲି ସେ କହିଛନ୍ତି |

ସୂଚନା ଅନୁସାରେ, ଆଜି ମଧ୍ୟ ପ୍ରଦେଶର ଏକ ରୋଡ୍ ଶୋରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ସହ ଯୋଗଦେବେ କେଜ୍ରିୱାଲ। କିନ୍ତୁ ତଦନ୍ତକାରୀ ସଂସ୍ଥା ଇଡିରେ ହାଜର ହେବେ ନାହିଁ। ଅବକାରୀ ନୀତିରେ ଅର୍ଥ ହେରଫେର ମାମଲାକୁ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ସମନ ପଠାଇଥିଲା ଇଡି।

ଅନ୍ୟପଟେ ଏହି ମାମଲାରେ ଆଜି ଆପର ଆଉ ଜଣେ ମନ୍ତ୍ରୀଙ୍କ ଘରେ ଚଢାଉ କରିଛି ତଦନ୍ତକାରୀ ସଂସ୍ଥା।

Related Posts