କେନ୍ଦୁଝର ଜିଲ୍ଲାପାଳଙ୍କ ନାଁରେ ଆରେଷ୍ଟ ଓ୍ଵାରେଣ୍ଟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କେନ୍ଦୁଝର ଜିଲ୍ଲାପାଳଙ୍କ ନାଁରେ ଆରେଷ୍ଟ ଓ୍ଵାରେଣ୍ଟ । ତେବେ କେନ୍ଦୁଝର ଜିଲ୍ଲାପାଳ ଆଶିଷ କୁମାର ଠାକରେଙ୍କୁ ନାଁରେ ଓ୍ଵାରେଣ୍ଟ ଜାରି କରିଛନ୍ତି ଜାତୀୟ ଅନୁସୂଚିତ ଜନଜାତି ଆୟୋଗ। କାରଣ ଜିଲ୍ଲାପାଳ ଆୟୋଗଙ୍କ ତରଫରୁ ଶୁଣାଣି ସମୟରେ ହାଜର ହେଉନଥିଲେ। ଆୟୋଗଙ୍କ ନିର୍ଦ୍ଦେଶକୁ ଅବମାନନା କରୁଥିଲେ। ବିଗତ ଏକ ବର୍ଷ ହେବ କେନ୍ଦୁଝର ଆଦିବାସୀ ସଂଗଠନ ବିଭିନ୍ନ ସମସ୍ୟା ନେଇ ଅନୁସୂଚିତ ଜନଜାତି ଆୟୋଗରେ ମାମଲା ଦାୟର କରିଥିଲେ। ଆଉ ଆୟୋଗ ତରଫରୁ ଶୁଣାଣି ସମୟରେ ଉପସ୍ଥିତ ରହିବା ପାଇଁ କେନ୍ଦୁଝର ଜିଲ୍ଲାପାଳଙ୍କୁ ନୋଟିସ ଏବଂ ବାରମ୍ବାର ସମନ ସତ୍ତ୍ଵେ ଶୁଣାଣି ସମୟରେ ଜିଲ୍ଲାପାଳ ହାଜର ହେଉ ନଥିଲେ।

ଆୟୋଗ ପ୍ରତି ଅବହେଳା କରିବା ଅପରାଧରେ ଜିଲ୍ଲାପାଳ ଠାକରେଙ୍କୁ ଆରେଷ୍ଟ ୱାରେଣ୍ଟ ଜାରି କରିଛନ୍ତି ଏସଟି ଆୟୋଗ। ଏହା ସହିତ ଜିଲ୍ଲାପାଳଙ୍କୁ ଆଣି ଏପ୍ରିଲ ୧୩ ତାରିଖ ପୂର୍ବାହ୍ନ ୧୧ଟାରେ ଆୟୋଗଙ୍କ ସାମ୍ନାରେ ହାଜର କରାଇବାକୁ ଓଡିଶା ପୋଲିସ ମହାନିର୍ଦ୍ଦେଶ ସୁନୀଲ କୁମାର ବଂଶଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ଜନଜାତି ଆୟୋଗ। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts