ଅରୁଣାଞ୍ଚଳ ପ୍ରଦେଶ ଇଟାନଗରରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ: ଦୁର୍ଘଟଣାଗ୍ରସ୍ତ ହେଲା ସେନା ହେଲିକପ୍ଟର । ଅରୁଣାଞ୍ଚଳ ପ୍ରଦେଶ ଇଟାନଗରରେ ଏକ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ନେଇ ସୂଚନା ମିଳିଛି । ସେପଟେ ଏନେଇ ଖବର ମିଳିଲା ପରେ ବର୍ତ୍ତମାନ ଉଦ୍ଧାରକାର୍ଯ୍ୟ ଜାରି ରହିଛି ।

ତୁତିଙ୍ଗ ମୁଖ୍ୟାଳୟଠାରୁ ୨୫ କିମି ଦୂର ସିଙ୍ଗିଙ୍ଗ ଗାଁ ପାଖରେ ଏକ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଯାଇଛି । ସୂଚନା ଅନୁସାରେ ଉଦ୍ଧାର ପାଇଁ ଘଟଣାସ୍ଥଳକୁ ଉଦ୍ଧାରକାରୀ ଦଳ ଯାଇଛନ୍ତି ।

ସୂଚନାନୁସାରେ ସେନା ହେଲିକପ୍ଟର ରୁଦ୍ର ଦୁର୍ଘଟଣାଗ୍ରସ୍ତ ହୋଇଛି । ସେନାର ଆକ୍ରାମକ ହେଲିକପ୍ଟର ହେଉଛି ରୁଦ୍ର । ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ ଭାରତୀୟ ସେନା ପାଇଁ ଏହାକୁ ବନାଇଛି । ଏହା ହାଲୁକା ଧ୍ରୁବ ହେଲିକପ୍ଟରର ୱିପନ ସିଷ୍ଟମ ଇଣ୍ଟିଗ୍ରେଟେଡ ଏମକେ-ଆଇଭି ସଂସ୍କରଣ ଅଟେ ।

Related Posts