ରଣଜୀ ଡେବ୍ୟୁରେ ଅର୍ଜୁନ ତେନ୍ଦୁଲକରଙ୍କ ଦମଦାର ଶତକ, ଦୋହରାଇଲେ ବାପାଙ୍କ ରେକର୍ଡ

ଭୁବନେଶ୍ଵର,୧୪/୧୨ (ସତ୍ୟପାଠ ବ୍ୟୁରୋ): କ୍ରିକେଟର ଭଗବାନ କୁହାଯାଉଥିବା କିମ୍ବଦନ୍ତୀ ଭାରତୀୟ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ରଣଜୀ ଟ୍ରଫିରେ ଯୋରଦାର ଡେବ୍ୟୁ କରିଛନ୍ତି। ଚଳିତ ରଣଜୀ ଟ୍ରଫିରେ ଗୋଆ ପକ୍ଷରୁ ନିଜର ଡେବ୍ୟୁ କରି ଅର୍ଜୁନ ଶତକ ହାସଲ କରିଛନ୍ତି। ରାଜସ୍ଥାନ ବିପକ୍ଷ ପ୍ରଥମ ମ୍ୟାଚର ପ୍ରଥମ ଇନିଂସରେ ସେ ୧୭୯ ବଲ୍‌ରେ ଶତକ ପୂରଣ କରିଥିଲେ। ତେବେ ସେ ପ୍ରଥମେ ୫୨ଟି ବଲରେ ଛକା ମାରି ଅର୍ଦ୍ଧଶତକ ହାସଲ କରିଥିଲେ।ସେଭଳି ୧୭୯ଟି ବଲ୍‌ରେ ସେ ଶତକ ପୂରଣ କରିଥିଲେ।

ଏହି ଶତକ ହାସଲ ସମୟରେ ସେ ୧୨ଟି ଚୌକା ଓ ୨ଟି ଛକା ମାରିଥିଲେ। ତେବେ ଅର୍ଜୁନ ୨୦୭ଟି ବଲ୍ ରେ ୧୨୦ ରନ୍ କରି ଆଉଟ୍ ହୋଇ ଯାଇଛନ୍ତି । ଏହି ଡେବ୍ୟୁ ଇନିଂସ୍ ରେ ସେ ମୋର ୧୬ଟି ଚୌକା ଓ ୨ଟି ଛକା ମାରିଥିଲେ। ତେବେ ଏହା ସହିତ ସେ ନିଜ ବାପା ସଚିନ ତେନ୍ଦୁଲକରଙ୍କ ଡେବ୍ୟୁ ମ୍ୟାଚ୍‌ରେ କରାଯାଇଥିବା ଶତକର ରେକର୍ଡର ସମକକ୍ଷ ହୋଇଛନ୍ତି।

ସୂଚନାଯୋଗ୍ୟ ଯେ, ଅର୍ଜୁନଙ୍କ ପିତା ସଚିନ ତେନ୍ଦୁଲକର ୧୧ ଡିସେମ୍ବର ୧୯୯୮ ରେ ନିଜର ରଣଜୀ ଡେବ୍ୟୁ କରିଥିଲେ ଓ ଏହି ମ୍ୟାଚ୍‌ରେ ସେ ଶତକ କରିଥିଲେ। ନିଜ ଇନିଂସରେ ଅର୍ଜୁନ ମୋଟ ୨୬ଟି ସିଙ୍ଗଲ, ୭ଟି ଡବଲ୍‌ ରନ୍‌। ପ୍ରାୟ ୫୬ ଷ୍ଟ୍ରାଇକ୍ ରେଟ୍‌ରେ ରନ୍‌ କରିଥିଲେ ଓ ନିଜ ଇନିଂସରେ ୧୩୧ଟି ଡଟ୍‌ ବଲ୍‌ ମଧ୍ୟ ଖେଳିଥିଲେ। ତେବେ ଆଜିର ମ୍ୟାଚ୍ ରେ ଅର୍ଜୁନ ରାଜସ୍ଥାନର ବୋଲରଙ୍କ ବଲ୍‌ରେ ପ୍ରହାର କରି ସେଞ୍ଚୁରି କରିଥିଲେ। ଅର୍ଜୁନ ଏହି ଇନିଂସରେ ସୁୟଶ ପ୍ରଭୁଦେଶାଇଙ୍କ ସହିତ ୨୦୦ ରୁ ଅଧିକ ରନ୍‌ର ପାର୍ଟନରସିପ୍‌ ମଧ୍ୟ କରିଛନ୍ତି। ଦୁହେଁ ୩୩୩ ବଲ୍‌ରେ ୨୦୦ ରନ୍ ଯୋଡିଥିଲେ, ଯେଉଁଥିରେ, ଅର୍ଜୁନଙ୍କ ଯୋଗଦାନ ରହିଛି।

Related Posts