ଦେଶର ନିର୍ବାଚିତ ରାଜ୍ୟ ସରକାର ଗୁଡ଼ିକୁ ବିଜେପି ଅସ୍ଥିର କରୁଥିବା ଅଭିଯୋଗ ନେଇ ରାଷ୍ଟ୍ରପତିଙ୍କୁ ଭେଟିବ ଆପ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସମଗ୍ର ଦେଶରେ ଥିବା ଅଣ ବିଜେପି ସରକାରଙ୍କ ପ୍ରତି କେନ୍ଦ୍ରର ବିଜେପି ସରକାର ଷଡ଼ଯନ୍ତ୍ର କରୁଛି। ଦେଶରେ ଥିବା ନିର୍ବାଚିତ ସରକାର ଗୁଡ଼ିକୁ ଅସ୍ଥିର କରୁଛି ବିଜେପି। ଆମ ଆଦମୀ ପାର୍ଟି ପକ୍ଷରୁ ଏମିତି କିଛି ଅଭିଯୋଗ ଅଣାଯାଇ ଏ ସମ୍ପର୍କରେ ରାଷ୍ଟ୍ରପତିଙ୍କ ସହ ଆଲୋଚନା ପାଇଁ ସମୟ ମଗାଯାଇଛି । ଏ ସମମ୍ପରେ ଆପ୍‌ ନେତ୍ରୀ ଅତିଶୀ ମାରଲୀନା ଟ୍ୱିଟ୍‌ କରିଛନ୍ତି। ସେ ଲେଖିଛନ୍ତି ଯେ, ସବୁ ରାଜ୍ୟରେ ଥିବା ସରକାରଙ୍କ ପ୍ରତି ବିଜେପି ଅସ୍ଥିରତା ସୃଷ୍ଟ କରୁଛି। ତେଣୁ ଏ ସମ୍ପର୍କରେ ଆଲୋଚନା ପାଇଁ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସମୟ ମାଗିଛନ୍ତି। ନିକଟରେ ଘୋଡ଼ା ବେପାର ନେଇ ଦିଲ୍ଲୀର ଅପରେଶନ ଲୋଟସ ସମ୍ପର୍କରେ ସିବିଆଇରେ ଅଭିଯୋଗ ହୋଇଥିଲା। ଏ ଅଭିଯୋଗକୁ ସିବିଆଇ ଗ୍ରହଣ କରିଛି। ଏହା ପରେ ଆପ୍‌ ପକ୍ଷରୁ ଉପରୋକ୍ତ ପଦକ୍ଷେପ ନିଆଯାଇଛି। ଦେଶରେ ଏଯାଏଁ ବିଜେପି ଅନ୍ୟ ଦଳରୁ ପ୍ରାୟ ୨୭୭ ଜଣ ବିଧାୟକଙ୍କୁ କିଣି ସାରିଲାଣି। ଦେଶର ଅଣ ବିଜେପି ଶାସିତ ରାଜ୍ୟରେ ସରକାରଙ୍କୁ ଭାଙ୍ଗିବା ପାଇଁ ବିଜେପି ଉଦ୍ୟମ କରୁଥିବା ଆପ୍ ଅଭିଯୋଗ ଆଣିଛି ।

ଅପରେଶନ ଲୋଟସ ମାଧ୍ୟମରେ ଦିଲ୍ଲୀରେ ୪୦ ଜଣ ବିଧାୟକଙ୍କୁ କିଣିବାକୁ ଉଦ୍ୟମ କରିଥିଲା ବିଜେପି। ଦେଶରେ ଗଣତନ୍ତ୍ରକୁ ବିଜେପି ହତ୍ୟା କରୁଛି । ଏଥିପାଇଁ ସେମାନେ ଆଦୌ ଅନୁତପ୍ତ ନୁହଁ ବୋଲି ଅତିଶୀ କହିଛନ୍ତି। ସେ କହିଛନ୍ତି ଯେ, ବିଜେପି ଅରୁଣାଚଳପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ର, ଗୋଆ ଏବଂ ମଧ୍ୟପ୍ରଦେଶରେ ସରକାରଙ୍କୁ ଭାଙ୍ଗିସାରିଛି। ସେମାନେ ଅନ୍ୟ ଦଳରୁ ବିଧାୟକ କିଣି ସେଠିକାର ସରକାରଙ୍କ ପ୍ରତି ଅସ୍ଥିରତା ସୃଷ୍ଟି କରୁଛନ୍ତି।

ସୂଚନାଯୋଗ୍ୟ ଯେ, ଆପ ନେତ୍ରୀ ଅତିଶୀଙ୍କ ନେତୃତ୍ୱରେ ୧୦ ଜଣ ଆପ ବିଧାୟକ ସିବିଆଇ ନିର୍ଦ୍ଦେଶକ ସୁବୁଧୋ କୁମାର ଜୈଶ୍ୱାଲଙ୍କୁ ଭେଟି ବିଜେପି ବିରୋଧରେ ଘୋଡ଼ା ବେପା ଅଭିଯୋଗ କରିବାର ଥିଲା। କିନ୍ତୁ ସିବିଆଇ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟକୁ ପ୍ରବେଶ ନେଇ ତାଙ୍କୁ ଅନୁମତି ମିଳି ନଥିଲା। ଫଳରେ ସିବିଆଇ କାର୍ଯ୍ୟାଳୟ ବାହାରେ ଆପ ବିଧାୟକମାନେ ଧାରଣା ଦେଇଥିଲେ।

Related Posts