ସାମ୍ନାକୁ ଆସିଲା ସାଂସଦ ଅନୁଭବଙ୍କ ଆଉ ଏକ ଭିଡିଓ: ଜଣେ ଓଡ଼ିଆ ଅଭିନେତ୍ରୀଙ୍କ ବିରୋଧରେ ଓଗାଳିଛନ୍ତି ବିଷ

କଟକ : ଗତ କିଛି ଦିନ ହେବ ବେଶ ଚର୍ଚାରେ ରହି ଆସୁଥିବା ସାଂସଦ ଅନୁଭବଙ୍କ ଆଉ ଏକ ଭିଡିଓ ଏବେ ସାମ୍ନାକୁ ଆସିଛି । ଗତ କିଛି ଦିନ ହେବ ବର୍ଷା ଙ୍କ ବିରୋଧରେ ଭିଡିଓ କରୁଥିବା ଅନୁଭବ ଏବେ କିନ୍ତୁ ଏହି ଭିଡିଓ ରେ ସେ ତାଙ୍କ ପତ୍ନୀ ବର୍ଷାଙ୍କ ବିରୋଧରେ କିଛି କହିନାହାଁନ୍ତି ।

ଏଥର କିନ୍ତୁ ସେ ଓଡ଼ିଆ ଅଭିନେତ୍ରୀଙ୍କ ବିରୋଧରେ ଓଗାଳିଛନ୍ତି ବିଷ । ନାଁ ନନେଇ ପରୋକ୍ଷରେ ଖୁବ ବର୍ଷିଛନ୍ତି ସାଂସଦ ଅନୁଭବ । ସେ କହିଛନ୍ତି ଦୟାକରି ମୋତେ ବଦନାମ କରିବା ବନ୍ଦ କର ।

ମିଛରେ ମୋ ନାଁରେ ଅଭିନେତ୍ରୀ ଜଣଙ୍କ ଅପପ୍ରଚାର କରିଛନ୍ତି । ଅନୁଭବ କହିଛନ୍ତି ଅଭିନେତ୍ରୀ ଜଣଙ୍କ ଦୁଇ ବର୍ଷ ତଳେ ଗଣମାଧ୍ୟମ ସାମ୍ନାରେ ମୋ ଚରିତ୍ର ସଂହାର କରିଥିଲେ । କହିଥିଲେ ଯେ, ଅନୁଭବ ତାଙ୍କୁ ଦୁର୍ବ୍ୟବହାର କରିଛନ୍ତି । ତାଙ୍କ ମନ୍ତବ୍ୟକୁ ନେଇ ଗଣମାଧ୍ୟମରେ ଅନେକ ଚର୍ଚ୍ଚା ହୋଇଥିଲା । ଏବେ ଦୁଇ ବର୍ଷ ପରେ ଅନୁଭବ ଏହି କଥାର ଖୁଲ୍ଲାସା କରିଛନ୍ତି ।

ସେ କହିଛନ୍ତି ଅଭିନେତ୍ରୀ ଜଣଙ୍କ ଯାହା କହିଥିଲେ ସେ ସବୁ ମିଛ । ତାଙ୍କ ଅଭିଯୋଗରେ ନାହିଁ କୌଣସି ସତ୍ୟତା । ସେ ଅଯଥାରେ ମୋତେ ବଦନାମ କରୁଛନ୍ତି । ସେ ଏକଥା ପ୍ରମାଣ କରିବାକୁ ଅନ୍ୟ ଜଣେ ବନ୍ଧୁଙ୍କ ସାହାଯ୍ୟ ନେଇଛନ୍ତି । ଭିଡିଓରେ ଅନୁଭବଙ୍କ ସହ ଜଣେ ବ୍ୟକ୍ତି ମଧ୍ୟ ସେ ଅଭିନେତ୍ରୀଙ୍କ ବିରୋଧରେ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଅଭିନେତ୍ରୀ କହିବା କଥା ସଂପୂର୍ଣ୍ଣ ମିଥ୍ୟା । ମୁଁ ନିଜେ ଏହାର ମୂକସାକ୍ଷୀ ।

ସୂଚନା ଥାଉକି, ଗତ ଦୁଇ ବର୍ଷ ତଳେ ଯେବେ ଅନୁଭବ-ବର୍ଷା ଅଲଗା ହେବା ଖବର ଚର୍ଚ୍ଚା ହେଉଥିଲେ ସେହି ସମୟରେ ଅଭିନେତ୍ରୀ ଜଣଙ୍କ ଅନୁଭବଙ୍କ ଚରିତ୍ର ନେଇ ମୁହଁ ଖୋଲିଥିଲେ । ସେ କହିଥିଲେ ଅନୁଭବ ନାରୀଙ୍କୁ ସମ୍ମାନ ଦିଅନ୍ତି ନାହିଁ ।

ତେବେ ଗତ ଦୁଇ ବର୍ଷ ପରେ ଘଟିଥିବା ଘଟଣା ଉପରେ ଅନୁଭବ ଏବେ ମୁହଁ ଖୋଲିଛନ୍ତି |

Related Posts