ପୁଣି ଏକ ଇଲେକ୍ଟ୍ରିକ୍ ସ୍କୁଟରରେ ଲାଗିଲା ନିଆଁ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପୁଣି ଏକ ଇଲେକ୍ଟ୍ରିକ୍ ସ୍କୁଟରରେ ଲାଗିଲା ନିଆଁ । ତାମିଲନାଡୁ କୃଷ୍ଣାଗିରିରେ ଜିଲ୍ଲାରେ ଶନିବାର ପୁଣି ଏକ ଇଲେକ୍ଟ୍ରିକ୍ ସ୍କୁଟରରେ ନିଆଁ ଲାଗିଯାଇଛି । ଏହି କମ୍ପାନୀର ସ୍କୁଟରରେ ନିଆଁ ଲାଗିବାର ଏହା ହେଉଛି ପ୍ରଥମ ଘଟଣା । କମ୍ପାନୀ ବ୍ୟାଟେରୀ ସମ୍ବନ୍ଧୀୟ ସମସ୍ୟା ଯୋଗୁଁ ଇଲେକ୍ଟ୍ରିକ୍ ସ୍କୁଟର ଫେରାଇନେଇଛି । କୃଷ୍ଣାଗିରି ଜିଲ୍ଲାର ହୋସୁର ନିବାସୀ ସତୀଶ ଗତ ବର୍ଷ ଓକିନଓ୍ବା କମ୍ପାନୀର ଇଲେକ୍ଟ୍ରିକ୍ ସ୍କୁଟର କିଣିଥିଲେ । ଶନିବାର ଦିନ ସତୀଶ ନିଜ ଇଲେକ୍ଟ୍ରିକ୍ ସ୍କୁଟରରେ ଅଫିସ୍ ଯିବାପାଇଁ ବାହାରି ଯାଇଥିଲେ ।

କିଛି ବାଟ ଗଲା ପରେ ସେ ଦେଖିବାକୁ ପାଇଥିଲେ ଯେ ସ୍କୁଟର ସିଟ୍ ତଳୁ ଧୂଆଁ ବାହାରୁଛି । ସିଟ୍ ଉଠାଇବା ପରେ ସେ ଦେଖିଲେ ଯେ ଗାଡିରେ ନିଆଁ ଲାଗିଯାଇଛି । ଏହାପରେ ସ୍କୁଟରଟି ସମ୍ପୂର୍ଣ୍ଣ ଭାବେ ଜଳିଯାଇଥିଲା । କିଛି ସ୍ଥାନୀୟ ଲୋକଙ୍କ ସହାୟତାରେ ସତୀଶ ସ୍କୁଟରରେ ଲାଗିଥିବା ନିଆଁକୁ କାବୁ କରିଥିଲେ । ମାତ୍ର ସ୍କୁଟରଟି ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଯାଇଥିଲା । ନିକଟରେ ଏମିତି କିଛି ଘଟଣା ଦେଖିବାକୁ ମିଳୁଛି । କିଛି ଘଟଣାରେ ଲୋକମାନେ ନିଜ ଜୀବନ ମଧ୍ୟ ହାରିଛନ୍ତି ।

Related Posts