ବ୍ୟକ୍ତିଗତ କାରଣ ଦର୍ଶାଇ ଦିଲ୍ଲୀ ଉପ ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ଅନିଲ ବୈଜଲ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବ୍ୟକ୍ତିଗତ କାରଣ ଦର୍ଶାଇ ଦିଲ୍ଲୀ ଉପ ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ଅନିଲ ବୈଜଲ । ସେ ନିଜର ଇସ୍ତଫା ପତ୍ର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ପ୍ରଦାନ କରିଛନ୍ତି। ବ୍ୟକ୍ତିଗତ କାରଣରୁ ସେ ଇସ୍ତଫା ଦେଇଥିବା କୁହାଯାଉଛି। ନଜୀବ ଜଙ୍ଗଙ୍କ ପରେ ଅନିଲ୍ ବୈଜଲ ଦିଲ୍ଲୀର ଉପ ରାଜ୍ୟପାଳ ଥିଲେ।

ତାଙ୍କୁ ୨୦୧୬ ଡିସେମ୍ବରରେ ଦିଲ୍ଲୀର ଉପ ରାଜ୍ୟପାଳ ପଦରେ ନିଯୁକ୍ତ କରାଯାଇଥିଲା। ପ୍ରଶାସନିକ କାର‌୍ୟ୍ୟକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଏବଂ ତାଙ୍କ ଭିତରେ ସର୍ବଦା ବାଦ ବିବାଦ ଲାଗି ରହିଥିଲା। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିଛି ।

Related Posts