ଆନ୍ଧ୍ର ଟ୍ରେନ ଦୁର୍ଘଟଣା; ୧୪‌ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆନ୍ଧ୍ର-ଓଡ଼ିଶା ସୀମାରେ ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଯାତ୍ରୀଙ୍କ ସଂଖ୍ୟା ୧୪ ଛୁଇଁଛି। ଏନେଇ ଆନ୍ଧ୍ର ପ୍ରଦେଶ ରାଜସ୍ବ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅପରାହ୍ନ ୩ଟା ରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବେ।

ରାଜସ୍ବ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ବିଶାଖାପାଟନା–ପଲାସା ପାସେଞ୍ଜେର ଟ୍ରେନର ୧୧ ଟି କୋଚକୁ ପରବର୍ତ୍ତୀ ଷ୍ଟେସନ ଆଲମଣ୍ଡା ଷ୍ଟେଟସନରେ ପହଞ୍ଚାଇ ଦିଆଯାଇଛି। ଏଣେ ବିଶାଖାପାଟନା–ରାୟଗଡ଼ା ପାସେଞ୍ଜେର ଟ୍ରେନର ୯ଟି ବଗି ପୂର୍ବ ଷ୍ଟେସନ କଣ୍ଟକପାଲିକୁ ଫେରାଇ ନିଆଯାଇଛି। ବଳକା ଲାଇନଚ୍ୟୁତ କୋଚ ଓ ପ୍ରଭାବିତ କୋଚ ଦୁର୍ଘଟଣାସ୍ଥଳରେ ଅଛି। ଏବେ ବି ଇଂଜିନ ତଳେ ଚାପି ହୋଇ ରହିଛନ୍ତି ବିଶାଖାପାଟଣା ରାୟଗଡ଼ା ଟ୍ରେନର ଲୋକୋ ପାଇଲଟ୍।

ଅନ୍ୟପଟେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ରାଜସ୍ବମନ୍ତ୍ରୀ ସୁଦାମ ମାର୍ଣ୍ଡି ମଧ୍ୟ ଦୁର୍ଘଟଣାସ୍ଥଳକୁ ଯାଇଛନ୍ତି। ତାଙ୍କ ସହ ଅତିରିକ୍ତ ସ୍ବତନ୍ତ୍ର ରିଲିଫ୍ କମିସନର ମଧ୍ୟ ଦୁର୍ଘଟଣାସ୍ଥଳକୁ ଗସ୍ତ କରିଥିବା ଜଣାଯାଇଛି।

Related Posts